Thursday, November 19, 2026
ADVERTISEMENT
Home ଆଞ୍ଚଳିକ ବିଭିନ୍ନ ଦୋକାନ ଉପରେ ପୈାରପରିଷଦର ଚଢ଼ାଉ : ପ୍ଲାଷ୍ଟିକ ଗୁଡିକ ଜବତ...

ବିଭିନ୍ନ ଦୋକାନ ଉପରେ ପୈାରପରିଷଦର ଚଢ଼ାଉ : ପ୍ଲାଷ୍ଟିକ ଗୁଡିକ ଜବତ କରି ଚାଲାଣ କଟିଥିଲା

311
ADVERTISEMENT

ପାରଳାଖେମୁଣ୍ଡି,୨/୨(ପ୍ରଭାତ କୁମାର ପାତ୍ର) : ପାରଳାଖେମୁଣ୍ଡିର ଦୋକାନ ଗୁଡିକ ଉପରେ ଚଢାଉ କରିଥିଲା ପାରଳା ପୈାରପରିଷଦ। ଏହି ଚିଢାଉରେ ଏକ କାଳୀନ ବ୍ୟବହୃତ ପ୍ଲାଷ୍ଟିକ ଗୁଡିକ ଜବତ କରି ଚାଲାଣ କଟିଥିଲା। ପୈାରପରିଷଦର ସାନିଟିର ଇନିସପେକ୍ଟର U .ଲକ୍ଷ୍ମଣ ରାଓଙ୍କ ନେତୃତ୍ୱରେ ଏକ ଟିମ ପାରଳାଖେମୁଣ୍ଡି ମୁଖ୍ୟ ବଜାରରେ ଥିବା ଦୋକାନ ଗୁଡିକ ଉପରେ ଚଢାଉ କରିଥିଲା। ସୂଚନା ପୂର୍ବକ ପୈାରପରିଷଦର ତରଫରୁ ଏକ କାଳୀନ ବ୍ୟବହୃତ ପ୍ଲାଷ୍ଟିକ ବଜନକୁ ନେଇ ଡାକବାଜି ଯତ୍ନ ଏବଂ ସ୍ବଛସାଥୀ ମାନଙ୍କ ଜରିୟାରେ ସଚେତନ ସହ ଫାଇନ ସମ୍ପର୍କରେ ସୂଚନା କରାଯାଇଥିଲା। ଏଥି ସହ ପୂର୍ବରୁ ବୋହୂ ଦୋକାନ ଗୁଡିକ ଉପରେ ଚଢାଉ କରି ଏକ କାଳୀନ ବ୍ୟବହୃତ ପ୍ଲାଷ୍ଟିକ ଗୁଡିକ ଜବତ କରି ଫାଇନ୍ କାଟିଥିଲେ ମଧ୍ୟ ଦୋକାନୀ ମାନେ ସଚେତନ ହୋଇ ପାରି ନଥିଲେ। ଆଜି ପୁଣି ଅଚାନକ ଚଢାଉ କରି ଫାଇନ ଆଦାୟ କରି ଦୋକାନି ମାନଙ୍କ ମଧ୍ୟରେ ଛନକା ସୃଷ୍ଟି କରୁଛି ପୈାରପରିଷଦ। ପ୍ରଥମ ଥର ପାଇଁ ୨ହଜାର ଟଙ୍କା ଫାଇନ୍ ଆଦାୟ କରିବା ସହ ୬ରୁ୭ ବସ୍ତା ପ୍ଲାଷ୍ଟିକ ଜବତ କରିଛି। ପୈାରପରିଷଦର ଏହି ଟିମ୍ ମାସରେ ୨ରୁ୩ ଥର ଦୋକାନ ଗୁଡିକ ଉପରେ ଚଢାଉ କରିବ ବୋଲି ଦାୟୀତ୍ବରେ ଥିବା ଅଧିକାରୀ କହିଛନ୍ତି। ଏହି ଚଢାଉରେ ପ୍ରଶାନ୍ତ ମହାରଣା, ପି. ଗଣେଶ, ୧୬ ଗୋଟି ୱାର୍ଡ଼ର ସ୍ୱଛସାଥି ମା ମାନେ ଏହି ଚଢାଉରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଦୋକାନୀ ମାନଙ୍କର ଚିନ୍ତା ବସିଥିଲେ ମଧ୍ୟ ପୈାରପରିଷଦ ଏଭଳି କାର୍ଯ୍ୟକୁ କିଛି ଲୋକ ସମାଲୋଚନା କରୁଥିବା ବେଳେ କିଛି ଲୋକ ପ୍ରଶଂସା ମଧ୍ୟ କରୁଛନ୍ତି।

Advertisement