ବ୍ରହ୍ମପୁର,୨/୨ (ଡ଼ି.ଏଚ୍): ଗଞ୍ଜାମ ଜିଲ୍ଲା ଅଲାରିଗଡ଼ ଜେନା ଖୋଲ ପାହାଡ଼ରେ ଗୋଟିଏ ହାତୀ ଫଶିଥିବା ସୂଚନା ପାଇଥିଲା ବନବିଭାଗ।ପାହଡ଼ ଭିତରକୁ ଯାଉଥିବା ବେଳେ ଗୋଟେ ମାଈ ହାତୀ ୧୯ ଫୁଟର କୂଅରେ ପ୍ରାୟ ୬ ଘଣ୍ଟା ଧରି ପଡ଼ିରହିଥିଲା । ହାତୀକୁ ଉଦ୍ଧାର କରିବାକୁ ବ୍ରହ୍ମପୁର ଓ ଦିଗପହଣ୍ଡି ବନବିଭାଗର ୫୦ ଜଣିଆ ଟିମ ପହଞ୍ଚିଥିଲେ। ଉଦ୍ଧାର କାର୍ଯ୍ୟରେ ହିଞ୍ଜିଳି ଅଗ୍ନିଶମ ବିଭାଗ ମଧ୍ୟ ସାମିଲ ହୋଇଥିଲେ। ଜେସିବି ସାହାଯ୍ୟରେ ମାଟି କଢାଯାଇ ହାତୀଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

















