ବ୍ରହ୍ମପୁର/ ହିଞ୍ଜିଳିକାଟୁ,(ସାହେବ ନାୟକ )୨।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଠାରେ ପଥ ପ୍ରାନ୍ତ ମହୋତ୍ସବ ପାଳିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲା6ଙ୍ଗଙ୍କ ଦ୍ୱାରା ଏହି ମହୋତ୍ସବ ଉଦଘାଟନ କରାଯାଇଥିଲା l ଏଥିରେ ଜିଲ୍ଲାପାଳଙ୍କ ସହ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ l ଏହି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ ଓ ଆଞ୍ଚଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ଓଡିଶାର ସୁନାମ ଧନ୍ୟ ଗାୟକ ଆଶୁତୋଷ, ମଣ୍ଟୁ ଛୁରିଆ, ଦୀପ୍ତିଲେଖାଙ୍କ ସମେତ ଅନେକ କଳାକାରଙ୍କ କଳା ପରିବେଷଣ ଦ୍ୱାରା କାର୍ଯ୍ୟକ୍ରମଟି ଅତି ସୁନ୍ଦର ଓ ମନୋରମ ହୋଇଉଠିଥିଲା l ଏହି ମହୋତ୍ସବ ରେ ବ୍ରହ୍ମହପୁର ର ADIV ଗ୍ରୁପ ଏକ ବିଶେଷ ଅଂଶ ଗ୍ରହଣ କରିଥିଲା l ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା କାର୍ଯ୍ୟକ୍ରମ ଓ ସୁ-ବାର୍ତ୍ତା ଦ୍ୱାରା ଜନସାଧାରଣଙ୍କୁ ସଚେତନ କରିବା ଏହି ମହୋତ୍ସବ ର ମୁଖ୍ୟ ଉଦେଶ୍ୟ ଥିଲା l

















