କୋଦଳା,୧/୨(ସୂର୍ଯ୍ୟନାରାୟଣ ବଡୁ ) : ଜିଲା ପ୍ରଶାସନର ନିର୍ଦ୍ଦେଶ ତଥା ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ତତ୍ଵାବଧାନରେ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ଵାରା ୱାର୍ଡ ସ୍ତରୀୟ ବର୍ଯ୍ୟବସ୍ତୁ କମିଟି ଗଠନ ଓ ସଚେତନତା ସଭା କାର୍ୟାଳୟ ସାନିଟେସନ ନୋଡାଲ ଅଫିସର ସନ୍ତୋଷ କୁମାର ପଣ୍ଡାଙ୍କ ତତ୍ଵାବଧାନରେ ୱାର୍ଡ ନମ୍ବର ୬ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଵଛ ସାଥି , ଝାଡୁଦାର ଏବଂ ସୁପରଭାଇଜର ଠିକ ସେ କାର୍ଯ୍ୟ କରୁଛନ୍ତି କି ନାହିଁ ସେମାନଙ୍କୁ ତଦାରଖ କରିବା ନିମନ୍ତେ ଏକ ସାତଜଣିଆ ବର୍ଯ୍ୟବସ୍ତୁ ପରିଚାଳନା କମିଟି ଗଠନ କରାଯାଇଛି । ଏଥିରେ ଅଙ୍ଗନବାଡି କର୍ମୀ ସବିତା ପାଢ଼ୀ , ରଶ୍ମିତା ସେଠୀ କଲେଜ ଛାତ୍ରୀ , ରମେଶ ଚନ୍ଦ୍ର ସେଠୀ ବରିଷ୍ଠ ନାଗରିକ , ଝୁନୁ ସେଠୀ ଏସଏଚଜି ମା , ସ୍ଵଛ ସାଥି ବନିତା ଗୌଡ଼ , ସ୍ଵଛ ସାଥି ସୁପର ଭାଈଜର ଟିକିନା ଦଳେଇ ପ୍ରମୁଖଙ୍କୁ ନେଇ ଏକ କମିଟି ଗଠନ କରାଯାଇଥିଲା । ଜନ ସାଧାରଣଙ୍କୁ ଦିଆ ଯାଇଥିବା ନୀଳ ସବୁଜ ଡବା ବ୍ୟବହାର କରି ସାହିକୁ ଆସୁଥିବା ଅଳିଅକଢା ଗାଡିରେ ଦେବା ପାଇଁ କହିବା ସହିତ ଘର ଓ ରାସ୍ତାଘାଟ ପରିଷ୍କାର ପରିଛନ୍ନ କରିବାକୁ ପରାମର୍ଶ ଦେଇଥିଲେ । ଯଦି କୌଣଷି ଝାଡୁଦାର ଓ ଗାଡି କର୍ମଚାରୀ କାର୍ଯ୍ୟରେ ଅବହେଳା କରନ୍ତି ସେମାନଙ୍କ ନାମରେ ଜିଲ୍ଲାପାଳ କିମ୍ବା ଉଚ ସ୍ତରୀୟ କମିଟିକୁ ଜଣାଇବାକୁ କହିଥିବା ଜଣାପଡ଼ିଛି । ଏମିତି ପ୍ରତ୍ୟକ ୱାର୍ଡରେ ଏମିତି କମିଟି ଗଠନ କରାଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି ।

















