Thursday, November 19, 2026
ADVERTISEMENT
Home ଆଞ୍ଚଳିକ ଦୁର୍ଘଟଣା ହ୍ରାସ ଉପରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଦୁର୍ଘଟଣା ହ୍ରାସ ଉପରେ ଗୁରୁତ୍ୱପୂର୍ଣ୍ଣ ବୈଠକ

334
ADVERTISEMENT

ଗଜପତି/ପାରଳାଖେମୁଣ୍ଡି,୧/୨(ପ୍ରଭାତ କୁମାର ପାତ୍ର ): ଗଜପତି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅନୁପମ ଶାହା ସଭାପତି କରି ଜିଲ୍ଲାରେ ଦୁର୍ଘଟଣା କମାଇବା ସହ ମୃତ୍ୟୁ ସଂଖ୍ୟା ହ୍ରାସ ଉପରେ ଗୁରୁତ୍ବରୋପ କରିଥିଲେ। ସଡକ ନିୟମକୁ ମାନିବାକୁ କହିଥିଲେ । ଆରକ୍ଷୀ ପୋଲିସ ପକ୍ଷରୁ ନୂତନ ନିୟମ ପାଳନକୁ ଯାଞ କରାଯାଉଛି ବୋଲି ଅଧିକ୍ଷକ ସାରା ଶର୍ମା କହିଥିଲେ। ସ୍କୁଲ ବସଗୁଡିକୁ ଯାଞ୍ଚ କରିବାକୁ ଟିମ ଗଠନ ଏସପି କହିଥିଲେ। ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁ ଏବଂ ଏମଭିଆଇ ବସନ୍ତ କୁମାର ମହାପାତ୍ର ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏଥିରେ ସମସ୍ତ ଥାନା ଅଧିକାରୀଙ୍କ ପୂତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।

Advertisement