ଦିଗପହଣ୍ଡି,୧/୨(ସପନ ଦାସ): ଦିଗପହଣ୍ଡି କନ୍ୟାକୁମାରି ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର । ମୃତ ଜଣକ ହେଲେ ଓଡ଼ାସିଙ୍ଗ ଗ୍ରାମର ଦିବାନ ରେଡି(୨୫), ଗୁରୁତର ଜଣକ ହେଲେ ଧର୍ମେନ୍ଦ୍ର ସେଠି(୨୬) । ଘଟଣା ସମ୍ପର୍କରେ ଦିଗପହଣ୍ଡି ପୋଲିସ ସୂଚନା ପାଇ ଯୁବକ ଦ୍ୱୟଙ୍କୁ ଦିଗପହଣ୍ଡି ସ୍ୱାସ୍ତ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏମକେସିଜିରେ ଚିକିତ୍ସା ହେହଉଥିବା ବେଳେ ଦିବାନଙ୍କ ମୃତ୍ୟ ହୋଇଥିବା ବେଳେ ଧର୍ମେନ୍ଦ୍ରଙ୍କ ଚିକିତ୍ସା ଜାରି ରହିଛି। ବ୍ରହ୍ମପୁର ଅଭିମୁଖେ ଯାଉଥିବା ପଦ୍ମାଳୟ (ଓଡ଼ି-୦୭ ଟି-୦୧୨୪) ନାମକ ଏକ ଘରୋଇ ବସ୍ ଦ୍ରୁତ ଗତିରେ ଯାଉଥିବା ବେଳେ ଏହି ଘଟଣା ଘଟିଛି l

















