Thursday, November 19, 2026
ADVERTISEMENT
Home ଆଞ୍ଚଳିକ ସାହିତ୍ୟ ସଂସଦ ପକ୍ଷରୁ ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ପୂଣ୍ୟ ତିଥି ପାଳିତ

ସାହିତ୍ୟ ସଂସଦ ପକ୍ଷରୁ ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ପୂଣ୍ୟ ତିଥି ପାଳିତ

325
ADVERTISEMENT

ଦିଗପହଣ୍ଡି,୩୧/୦୧(ସୁନୀଲ ସାହୁ) : ସନ୍ଥ ଅରକ୍ଷିତ ଦାସ ଗଡଜାତ ରାଜ୍ୟ ବଡଖେମୁଣ୍ଡି ତଥା ଏବେକାର ଦିଗପହଣ୍ଡି ରାଜ ବଂଶର ଦାୟାଦ ହୋଇଥିବା ବେଳେ ସେ ସନ୍ନ୍ୟାସ ଗ୍ରହଣ କରି ଚାଲିଯାଇଥିଲେ । ରାଜପ୍ରାସାଦ ତ୍ୟାଗ କରିବା ସହ ସମସ୍ତ ମୋହ ମାୟା ଛାଡି ମୋକ୍ଷ ପ୍ରାପ୍ତି ପାଇଁ ସେ ଓଳାଶୁଣୀ ଗୁମ୍ଫାକୁ ଚାଲିଯାଇଥିଲେ । ଏଭଳି ପ୍ରବାଦ ପୁରୁଷଙ୍କ ଜନ୍ମ ତିଥିକୁ ସ୍ମୃତି ଚାରଣ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ସକାଳେ ଦିଗପହଣ୍ଡି ଉପରବସା ସ୍ଥିତ ସନ୍ଥ ଅରକ୍ଷିତ ଦାସଙ୍କ ମଣ୍ଡପରେ ରହିଥିବା ପ୍ରତିମୂର୍ତ୍ତିରେ ପୁଷ୍ମ ମାଲ୍ୟାର୍ପଣ ଦିଆଯାଇଥିଲା । ତାଙ୍କରି ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦିଆଯିବା ସହିତ ଧବପ ଦୀପ ଦାନ କରାଯାଇଥିଲା । ଆମଭାଷା ସାହିତ୍ୟ ସଂସଦର ମୁଖପତ୍ର ଆମଭାଷା ପତ୍ରିକାର ସହସମ୍ପାଦକ ସମୀରକାନ୍ତତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଖେମୁଣ୍ଡି କଲେଜର ବୈଷୟିକ ଶିକ୍ଷା ବିଭାଗ ଅଧ୍ୟାପକ ପ୍ରତାପ ଚନ୍ଦ୍ର ପାଢୀ ଓ ବମକେଇ ସ୍ଥିତ ଚିଦାନନ୍ଦ ସରସ୍ୱତୀ ମହାବିଦ୍ୟାଳୟର ରୋଭର୍ ଲିଡର୍ ତଥା କ୍ରୀଡା ଅଧ୍ୟାପକ ପ୍ରଦୀପ କୁମାର ପ୍ରଧାନ ଅନ୍ୟତମ ଅତିଥି ଭାବେ ଯୋଗଦେଇ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ମ ମାଲ୍ୟାର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀନିବାସ ଆଚାରୀ, ଇ.ଜିତେନ୍ଦ୍ର କୁମାର, ସୁଧିର ପଣ୍ଡା, ମୁନା ବିଷୋୟୀ, ମିଲନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Advertisement