Thursday, November 19, 2026
ADVERTISEMENT
Home ଆଞ୍ଚଳିକ କବିସୂର୍ଯ୍ୟ ବଳଦେବ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ

କବିସୂର୍ଯ୍ୟ ବଳଦେବ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ

315
ADVERTISEMENT

କୋଦଳା,୩୧/୦୧(ସୂର୍ଯ୍ୟନାରାୟଣ ବଡୁ) : ଆଜି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳରେ ରାଜ୍ୟସ୍ତରୀୟ କବିସୂର୍ଯ୍ୟ ବଳଦେବ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡିଶା ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି ।ଏଥିରେ ସମ୍ମାନିତ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇଛନ୍ତି । ଉପସ୍ଥିତ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ଲକ୍ଷ୍ମୀପ୍ରିୟା ସାହୁ, ପୂର୍ବତନ ଉପ ନଗରପାଳ ମନୋରଞ୍ଜନ ମହାପାତ୍ର ସମେତ କବିସୂର୍ଯ୍ୟ ନଗର ବିଧାନସଭା ନିର୍ବାଚନମଣ୍ଡଳୀର ବହୁ ଜନପ୍ରତିନିଧି, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

Advertisement