କୋଦଳା,୩୧/୦୧( ସୂର୍ଯ୍ୟନାରାୟଣ ବଡୁ) : କବିସୂର୍ଯ୍ୟନଗର ବ୍ଳକର ବୁଢ଼ାଆମ୍ବ ଠାରେ ଗୁରୁବାର ଦିନ ଏକ ଦୁଇ ଥାକିଆ ରାସ୍ତାର ଭୂମି ପୂଜନ ଓ ଭିତି ପ୍ରସ୍ତର ସ୍ଥାପିତ ଓଡିଶାର ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ କରିଛନ୍ତି l ଏଥିରେ ଜିଲ୍ଳା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, କବିସୂର୍ଯ୍ୟ ନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଉପସ୍ଥିତ ଥିଲେ l କେନ୍ଦ୍ରୀୟ ସଡକ ପାଣ୍ଠି ଯୋଜନା ୨୦୧୮-୨୦୧୯ ରୁ ପଚାଶ କୋଟି ୧୯ ଲକ୍ଷ ଟଙ୍କା ବିନିଯୋଗରେ ପ୍ରାୟ ୩୨କି. ମି ରାସ୍ତା ଖଲିକୋଟ – ବୋଇରାଣୀ – ଆସିକା – ବାଲିପଦର ହୋଇ ବେଲଗୁଣ୍ଠା ପର୍ଯ୍ୟନ୍ତ ଦୁଇ ଥାକିଆ ରାସ୍ତାର ପ୍ରଶସ୍ତୀକରଣ ଓ ସଶକ୍ତିକରଣ କରାଯିବ l ଏହାଫଳରେ ଏହି ଅଞ୍ଚଳରେ ଗମନାଗମନରେ ସୁବିଧା ହୋଇପାରିବ, ଏଥିପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଉପସ୍ଥିତ ମନ୍ତ୍ରୀ , ବିଧାୟକ , ନେତା ଓ କର୍ମୀ ଧନ୍ୟବାଦ ଦେଇଥିଲେ l ଉକ୍ତ କାର୍ଯ ତୁରନ୍ତ ସରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଲୋକମାନଙ୍କ ସହଯୋଗ କାମନା କରିଥିଲେ l

















