Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ମା ‘ ର ହାତଧରି ଆରପାରିକୁ ଚାଲିଗଲେ ଅନ୍ୱେଷା

ମା ‘ ର ହାତଧରି ଆରପାରିକୁ ଚାଲିଗଲେ ଅନ୍ୱେଷା

556
ADVERTISEMENT


ଦିଗପହଣ୍ଡି,୩୦/୧( ସାହେବ ନାୟକ ): ରାୟଗଡା ସହରର ଅନ୍ୱେଷା ମହାପାତ୍ର( 12) l ମା ‘ ସଂଘମିତ୍ରା ମହାପାତ୍ର( 40) ଙ୍କ ସହ ବାହାଘର ଭୋଜିରେ ସାମିଲ ହେବାପାଇଁ ବୁଧବାର ଶ୍ରୀସାଇ ବସରେ ରାୟଗଡା ଠାରୁ ବ୍ରହ୍ମପୁରରେ ପହଂଚି ଭୋଜିରେ ସାମିଲ ହୋଇ ପୁଣି କଟକ ଯାଇଥାନ୍ତେ l ହେଲେ ବାଟରେ କାଳସ୍ୱରୂପ ଯମ ମା’ ଓ ଝିଅଙ୍କୁ ନେଇଯିବ ବୋଲି କିଏ ଜାଣିଥିଲା l ବସଟୀ ତପ୍ତପାଣି ଘାଟି ବ୍ରିଜ ତଳକୁ ଏମିତି ଭୟଙ୍କର ଭାବେ ଓଲଟିଲା ବସ ଯେ ଘଟଣାସ୍ଥରେ ହିଁ ଆଖିବୁଜି ଥିଲେ ମା ଓ ଝିଅ l ଅନ୍ଵେଷା କେନ୍ଦ୍ରୀୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀର ଛାତ୍ରୀ ଥିଲେ l ତାଙ୍କର ମୁର୍ତ୍ୟୁରେ ସ୍କୁଲ ପରିସରରେ ଶୋକର ଛାୟା ଖେଳିଯାଇଛି

Advertisement