କୋଦଳା,୨୯।୧(ସୂର୍ଯ୍ୟନାରାୟଣ ବଡୁ) : ଆଜି ପୂର୍ବାହ୍ନ ୧୧ ଟା ସମୟରେ କୋଦଳା ଥାନା ଅନ୍ତର୍ଗତ ଜେ.ଛଚିନ। ଗ୍ରାମ ନିକଟ ରାସ୍ତାରେ ଏକ ମାରୁତି ଭ୍ଯାନ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି l ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ୧୧ଟା ସମୟରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମଠ ସରସିଂ ଗ୍ରାମର ପ୍ରସନ୍ନ ମହାନ୍ତି (୫୬) ତାଙ୍କ ସାଇକେଲ ଯୋଗେ ନିଜ ଗ୍ରାମରୁ କୋଦଳା ଅଭିମୁଖେ ଯିବା ବେଳେ ଅପର ପକ୍ଷରୁ ଏକ ମାରୁତି ଭ୍ଯାନ or02g7281 ଆସି ଧକ୍କା ଦେବା ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କୋଦଳା ସ୍ୱାସ୍ଥ୍ୟକେନ୍ଦ୍ର କୁ ନିଆଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା l ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି l ଏ ନେଇ କୋଦଳା ଥାନାରେ ଅଭିଯୋଗ ହେବା ସହ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାପଡିଛି l ତାଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି l ମୃତ ପ୍ରସନ୍ନ ମହାନ୍ତି ମଠ ସରସିଂ ପଞ୍ଚାୟତର ପୂର୍ବତନ ସରପଞ୍ଚ ରବିନ୍ଦ୍ର ମହାନ୍ତିଙ୍କ ଦାଦା ଅଟନ୍ତି l

















