କୁକୁଡାଖଣ୍ଡି,୨୯।୧(ଇ.ରଂଜନ) ; ମସିହାଖାଲି ଗ୍ରାମରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଆମଗାଁ ଆମ ବିକାଶ ଯୋଜନାରେ ନିର୍ମିତ ପାଠାଗାର ଏବଂ ସମବାୟ ସମିତିର କୋଠା ଉଦଘାଟନ କରିଛନ୍ତି ବାଚସ୍ପତି ସୂଯ୍ୟନାରାୟଣ ପାତ୍ର। ଗ୍ରାମବାସୀ ମାନେ ଆକୁଂଶପୁର ସଦରଥାନା ଠାରୁ ଏକ ବିରାଟ ବାଇକ ରାଲିରେ ମସିହାଖାଲି ପାଛୋଟି ନେଇଥିଲେ।ଏଥିରେ ବ୍ଲକ ଅଧକ୍ଷା କାମାଷା ପ୍ରସାଦ ପାତ୍ର, ବିଡିଓ ଗଦାଧର ପାତ୍ର, ବିସିସି ବ୍ୟାକ୍ଂ ସଭାପତି ଅଲେଖ ଚୌଧୁରୀ, ଡିଆରସିଏସ ବିଶ୍ବରଂଜନ ଦାସ,ଏଆରସିଏସ୍ ଶିବ ପ୍ରସାଦ ସ୍ବାଇଁ ,ପୂବତନ ବିଡିଏ ଅଧକ୍ଷ କୈଳାଶ ରଣା,ଉପାଧକ୍ଷା ଲକ୍ଷ୍ମୀପ୍ରିୟା ସାହୁ,ସମବାୟବିତ ସୁଧୀର ରାଉତ,ସମିତି ସଭ୍ୟ ନରସିଂହ ମହାରଣା,ହିମାଂଶୁ ପାଢୀ,ସମୀର ପଣ୍ଡା,ସୋସାଇଟି ସମ୍ପାଦକ ବିଦ୍ୟାଧର ବିଷୋୟୀ,ରବିନ୍ଦ୍ର ମହାରଣା ,ବିଷ୍ନୁପ୍ରିୟା ପାତ୍ର ,ସନ୍ତୋଷ ଚୈଧୁରୀ,କାହ୍ନୁପାତ୍ର,ଦିଲ୍ଲୀପ ପାତ୍ର ,ରଘୁ ପାତ୍ରଙ୍କ ସହ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

















