ଦିଗପହଣ୍ଡି୨୯/୧ (ହିମାଂଶୁ ପାଢୀ/ସୁନୀଲ ସାହୁ) : ଆଜି ସମୟ ଭୋର ୩ଟାରେ ତପ୍ତପାଣି ଘାଟିରେ ଓଲଟିଲା ଏକ ଘରୋଇ ବସ । ବସରେ ଚାଲିଗଲା ନିରୀହ ଯାତ୍ରୀଙ୍କ ପ୍ରାଣ । ବସ୍ ଯାତ୍ରା ହେଲା ଶେଷ ଯାତ୍ରା । କାଳ ହେଲା କୁହୁଡ଼ି। ନିଦୁଆ ଆଖି ଫିଟିବା ପୂର୍ବରୁ ଦୁର୍ଘଟଣା ସ୍ଥଳରେ ୫ଜଣଙ୍କ ଜୀବନ ଚାଲିଗଲା । ରାୟଗଡ଼ାର କାଶୀପୁରରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରୁଥିବା ଘରୋଇ ଯାତ୍ରୀବାହୀ ବସ୍ ରାତି ପ୍ରାୟ ୩ଟା ବେଳେ ମୋହନା ବ୍ଲକ୍ ଅନ୍ତର୍ଗତ ତପ୍ତପାଣି ଘାଟିରେ ଓଲଟି ପଡ଼ିଥିଲା । ପ୍ରବଳ କୁହୁଡ଼ି ଯୋଗୁଁ ରାସ୍ତା ଅସ୍ପଷ୍ଟ ହୋଇଯାଇଥିବା କାରଣରୁ ବସ୍ ଟି ଘାଟିରୁ ତଳକୁ ଖସି ପଡ଼ିଥିବା କଥା କୁହାଯାଉଛି । ଦୁର୍ଘଟଣାରେ ୮ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ, ୪୦ରୁ ଅଧିକ ଆହତ ହୋଇଛି । ମେଡ଼ିକାଲରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଂ ଜଣେ ରାୟଗଡାର ଏବଂ ଅନ୍ୟଜଣେ ପୁଟବଦଗଡର ହୋଇଥିବା ଜଣାପଡିଛି । ଅନ୍ୟ ମୃତକକଂ ପରିଚୟ ମିଳିନି। ଘଟଣାସ୍ଥଳରେ ଦିଗପହଣ୍ଡି ,ସାନଖେମୁଣ୍ଡି ,ବ୍ରହ୍ମପୁର ଅଗ୍ନିଶମ ବିଭାଗ ଏବଂ ମୋହନା ବ୍ଲକ୍ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ୟ୍ୟ ଚଳାଇଛନ୍ତି । ଏମକେସିଜି ମେଡ଼ିକାଲରେ ୧୨ ଜଣ ଗୁରୁତର ଆହତ ଭର୍ତ୍ତି ହୋଇଛନ୍ତି । ସେଥି ମଧ୍ୟରୁ ୩ ଜଣ ମହିଳା ଓ ଅନ୍ୟ ୯ ଜଣ ପୁରୁଷ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ମେଡ଼ିକାଲ ପରିସର ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ,ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରେୟ ଭାଉସାହେବ, ଗଂଜାମ ଏସପି ବ୍ରିଜେଶ ରାୟ ଘଟଣାସ୍ଥଳରେ ପହଞି ଘଟଣାର ଅନୁଧ୍ୟାନ କରୁଥିବା ବେଳେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ବିଜେପି ଜିଲ୍ଲା ସଭାପତି ବିଭୂତି ଜେନା ବ୍ରହ୍ମପୁର ବଡ ଡାକ୍ତରଖାନାରେ ପହଞି ଆହାତକଂ ସହ କଥା ହୋଇଛନ୍ତି ଏବଂ ମୃତକ କଂ ପରିବାରକୁଂ ସାନ୍ତ୍ବନା ପ୍ରଦାନ କରିଛନ୍ତି ।

















