Thursday, November 19, 2026
ADVERTISEMENT
Home ଆଞ୍ଚଳିକ ଫାସୀ ମାଣିକେଶ୍ୱରୀ ବିଦ୍ୟାପୀଠରେ ୫୦ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଫାସୀ ମାଣିକେଶ୍ୱରୀ ବିଦ୍ୟାପୀଠରେ ୫୦ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

363
ADVERTISEMENT

କୋଦଳା,୨୮।୧(ଡ଼ି.ଏଚ ): ମଙ୍ଗଳବାର ଦିନ ଫାସୀ ସ୍ଥିତ ମାଣିକେଶ୍ୱରୀ ବିଦ୍ୟାପୀଠରେ ୫୦ ତମ ବାର୍ଷିକ ଉତ୍ସବ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ରଣହାନ୍ଦୋଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଫାସୀ ସରପଞ୍ଚ ନବୀନ ଦଳେଇ, ସମ୍ମାନିତ ଅତିଥି ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ଦିବାକର ସାହୁ ,ମୁଖ୍ୟ ବକ୍ତା ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଲଡୁ କିଶୋର ନାୟକ,ବିଦ୍ୟାଳୟ ସଭାପତି ମୃତ୍ୟୁଞ୍ଜୟ ସାହୁଙ୍କ ସମେତ ସିଆରସିସି ନାରାୟଣ ସେଠୀ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବରେ ସଭା କାର୍ଯ୍ୟକୁ ଆରମ୍ଭ କରିଥିଲେ। ଅତିଥିମାନେ ତାଙ୍କ ଅଭିଭାଷଣ ରଖିଥିଲେ ଯେ ଅଭିଭାବକ ମାନେ ପିଲା ମାନଙ୍କୁ ଦୃଷ୍ଟି ଦିଅନ୍ତୁ ଯେମିତି ସିନେମା, ସିରିଏଲ,ମୋବାଇଲ ଠାରୁ କିଛିମାତ୍ରାରେ ଦୂରରେ ରଖନ୍ତୁ। କାରଣ ଆଜିର ଯୁବପିଢ଼ି ସିନେମା ଦେଖିବା ସହ ମୋବାଇଲରେ ଲାଗି ରହୁଛନ୍ତି ଯଦ୍ବାରା ପିଲାମାନେ ସମ୍ପୂର୍ଣ୍ଣ ଭାବେ ପାଠରେ ମନ ନଦେଇ ପଥ ଭ୍ରଷ୍ଟ ହୋଇ ପୁରାନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଉଛି । ତେଣୁ ପିଲାଙ୍କ ହାବଭାବକୁ ଦୃଷ୍ଟି ଦେବା ନିମନ୍ତେ ଅନୁରୋଧ କରିଥିଲେ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିଷୟରେ ଅତିଥିମାନେ ମଞ୍ଚରେ ଉଦବୋଧନ ଦେଇଥିଲେ ।ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରାଯାଇଥିଲା। ପୂର୍ବରୁ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ଶେଷରେ ପିଲାଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଭିଭାବକଙ୍କ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ବିରଜିନି ଖୁଣ୍ଟିଆ, ସୁଶାନ୍ତ ବେହେରା,ପ୍ରଣତି ସାହୁ,ଲିଟୁ ବାରିକ,ହେମମାଳା ମିଶ୍ର, ସ୍ମିତାରାଣୀ ରଥ,ସୁନିତା କୁମାରୀ ଶତପଥି, ବିଜୟଲକ୍ଷ୍ମୀ ମିଶ୍ର,ଅଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Advertisement