Thursday, November 19, 2026
ADVERTISEMENT
Home ଆଞ୍ଚଳିକ ଚକ୍ଷୁ ଶିବିର ଅନୁଷ୍ଠିତ

ଚକ୍ଷୁ ଶିବିର ଅନୁଷ୍ଠିତ

416
ADVERTISEMENT

ବ୍ରହ୍ମପୁର, ୨୭/୧(ହିମାଂଶୁ ପାଢୀ) : ବ୍ରହ୍ମପୁର ପବିତ୍ର ଗଣତନ୍ତ୍ର ଦିବସ ଅବସରରେ ସ୍ଥାନୀୟପୁରୁଣା ବ୍ରହ୍ମପୁର ଅଞ୍ଚଳରେ ବୀର ହନୁମାନ ସେବା ପରିଷଦ ଓ ଶଙ୍କର ଚକ୍ଷୁ ଚିକିତ୍ସା ଳୟର ମିଳିତ ଆନୁକୂଲ୍ୟରେ ଚକ୍ଷୁ ଚିକିତ୍ସା ଓ ପରଳ ଅସ୍ତ୍ରୋପଚାର ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ଯୋଗଦେଇ କର୍ମକର୍ତ୍ତାଙ୍କ ଜନହିତ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହିଳା ସଭାନେତ୍ରୀ ସଂଘମିତା ଦଳାଇ, ସମାଜସେବୀ ଲଳିତ ମୋହନ ମଙ୍ଗରାଜ, ଯୁବନେତା ଚିତ୍ରସେନ ମହାପାତ୍ର, ସମାଜସେବୀ ବୁଢୁ ପାଢୀ, ବୀର ହନୁମାନ ସେବା ପରିଷଦ ସଭାପତି ପ୍ରଦୀପ କୁମାର ସାହୁ, ସମାଜସେବୀ ତଥା ସାମ୍ବାଦିକ ଅନିଲ କୁମାର ଚୌଧୁରୀ,ଲକ୍ଷ୍ମୀ ପାଢୀ, ବିବିଧ ସମ୍ବାଦର ସଂପାଦକ ଗୌରାଙ୍ଗ ଚୌଧୁରୀଙ୍କ ସମେତ ପୁରୁଣା ବ୍ରହ୍ମପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲପାମୁଦ୍ରା ସାମଲ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ କରି ଚିକିତ୍ସା ଶିବିରକୁ ଉଦଘାଟନ କରିଥିଲେ । ୯୩ ଜଣ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା ସେଥିମଧ୍ୟରୁ ୧୭ ଜଣଙ୍କୁ ସୁଲଭ ମୂଲ୍ୟରେ ଚଷମା ପ୍ରଦାନ କରିବା ସହ ଅନ୍ୟ ୩0ଜଣ ରୋଗୀଙ୍କ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ନିଆଗଲା ।ଶଙ୍କର ଚିକିତ୍ସାଳୟର ନଳିନୀ କାନ୍ତ ରାଉତ, ଭାଗ୍ୟଲତା ଗୌଡ, ପ୍ରଶାନ୍ତି ଦୋରା, ଗିତାଜଂଳି ମଲ୍ଲିକ, ସାଗର ମହାନ୍ତି, ଏନ ମୁନା ଉପସ୍ଥିତ ରହି ରୋଗୀ ମାନଙ୍କ ପରିକ୍ଷା କରିଥିଲେ ।ବରିଷ୍ଠ ନାଗରିକ ଦେବରାଜ ସାହୁ,ଉଦୟ ନାଥ ସାହୁ, ଭାସ୍କର ସାହୁଙ୍କ ସମେତ ରବିନ୍ଦ୍ର ସାହୁ, ଦୁଶ୍ମନ୍ତ ଘଡେଇ, ଉମା ଶତପଥୀ, କୈଳାଶ ଘଡେଇ, ବାଲାଜି ରେଢୀ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ ।

Advertisement