କୁକୁଡ଼ାଖଣ୍ଡି, ୨୭/୧(ଡି.ଏଚ ): କୁକୁଡ଼ାଖଣ୍ଡି ବ୍ଲକର ବିଭିନ୍ନ ସ୍ଥାନରେ ୭୧ତମ ସାଧାରଣତନ୍ତ୍ର ଦିବସ ମହାସମାରହୋରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଏବଂ ବ୍ଲକ ଅଧକ୍ଷ କାମାକ୍ଷା ପ୍ରସାଦ ପାତ୍ର ପତାକାକୁ ଉତ୍ତୋଳନ କରିଥିଲେ l ବି.ଡି. ଓ ଗଦାଧର ପାତ୍ରଙ୍କ ଦ୍ୱାରା ପତାକା ଉତ୍ତଳୋନ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ଉଭୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବ୍ଲକ ଅଧକ୍ଷ ବିଦ୍ୟାର୍ଥୀ ମାନଙ୍କୁପାଠ ପଢା ପ୍ରତି ଧ୍ୟାନ ଦେବା ସହ ମାତା ପିତାଙ୍କ କଥା ମାନି ସତମାର୍ଗରେ ଯାଇ ଏକ ଭଲ ନାଗରିକ ହେବାକୁ ଆହ୍ୱାନ କରିଛନ୍ତି ।


















