ବ୍ରହ୍ମପୁର, ୨୭/୧(ହିମାଂଶୁ ପାଢୀ) : ଜାନୁଆରୀ ୨୬ ତଥା ଗଣତନ୍ତ୍ର ଦିବସ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ବିଶ୍ୱବିଦ୍ୟାଳୟର ଆଇନ ବିଭାଗର ମିଳିତ ଆନୁକୂଲ୍ୟ ତଥା ପ୍ରଫେସର ଡ଼.ଦିଲ୍ଲୀପ ମହାପାତ୍ରଙ୍କ ତତ୍ୱବଧାନରେ ୨୬ତାରିଖରେ ସୋମବାର ଆଇନ ବିଭାଗରେ ଆଇନ ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବ୍ରହ୍ମପୁର ଜିଲ୍ଲା କୋର୍ଟର ଜିଲ୍ଲା ଦୌରା ଜର୍ଜ ଶ୍ରୀ ରାମ ଶଙ୍କର ହୋତା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭିଜିଲାନ୍ସ ଜର୍ଜ ଶ୍ରୀ ସୁବ୍ରତ କୁମାର ମହାନ୍ତି,ଆଇନ ବିଭାଗର ମୁଖ୍ୟ ଡ଼.ଭାଗିରଥି ପାଣିଗ୍ରାହୀ ଏବଂ ଜିଲ୍ଲା ଆଇନ ପ୍ରାଧିକରଣ ସମ୍ପାଦକ ଶ୍ରୀ ବିଜୟ କୁମାର ଦାସ ମଞ୍ଚାସିନ ଥିବା ବେଳେ MACT ଜର୍ଜ ଶ୍ରୀମତୀ ସଭାଙ୍ଗିନୀ ମଲିକ,ଫେମିଲି କୋର୍ଟ ଜର୍ଜ ଶ୍ରୀମତୀ ପ୍ରଜ୍ଞା ପାଣିଗ୍ରାହୀ, ପ୍ରଥମ ଏଡିଜେ ଜର୍ଜ ଡ଼.ପ୍ରସନ୍ନ କୁମାର ପଣ୍ଡା, ଦୂତୀୟ ଏଡିଜେ ଜର୍ଜ ଶ୍ରୀ ଜଗଦିଶ ପ୍ରସାଦ ମହାନ୍ତି,ତୃତୀୟ ଏଡିଜେ ଜର୍ଜ ଶ୍ରୀ ନିରଞ୍ଜନ ଜେନା,ପ୍ରଫେସର ଡ଼.ଦିଲ୍ଲୀପ ମହାପାତ୍ର, ପ୍ରଫେସର ତ୍ରିଲୋଚନ ଲେଙ୍କାଙ୍କ ସମେତ ସିନିୟର ଜର୍ଜ,ପାରାଲିଗଲ ଭୋଲୁଣ୍ଟର ସହ ପେନାଲ ଲୟର ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଜିଲ୍ଲା ଦୌରା ଜର୍ଜ ଆଇନ ସହାୟତା କେନ୍ଦ୍ର ଖୋଲିବା ସହ ଆଇନ ବିଭାଗର ମୁଖ୍ୟ ଡ଼. ପାଣିଗ୍ରାହୀ ଓ ସାଜି କୁମାରଙ୍କ ଲିଖିତ ମହିଳା ଏବଂ ଆଇନ ପୁସ୍ତକଟିକୁ ଉନ୍ନଚନ କରିଥିଲେ। ପରେ ମୁଖ୍ୟ ଅତିଥି ଆଇନ ବିଭାଗ ପରିସରରେ ଵୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୃଷ୍ଣ ଚନ୍ଦ୍ର, ପ୍ରମୋଦ ମହାରଣା, ଧର୍ମେନ୍ଦ୍ର ରାଉଳ,ରଘୁନାଥ ହୋତା,ନରେନ୍ଦ୍ର ନନ୍ଦ,ରାଣୀ ସାହୁ, ସିମଲା ରାଣୀ ପାଦର, ଝିଲ୍ଲୀ ମାର୍ଥା, ରାଜେଶ ସାହୁ, ମାଳତି ଲତା ମାଝୀ, ଧୀରେନ ମହାରଣା,କିରାଣୀ ପ୍ରଦୀପ ବେହେରାଙ୍କ ସହ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ପ୍ରଫେସର ତ୍ରିଲୋଚନ ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

















