Thursday, November 19, 2026
ADVERTISEMENT
Home ଆଞ୍ଚଳିକ ଏମ.ଏମ.ୟୁପି ସ୍କୁଲରେ ବାର୍ଷିକ ଉତ୍ସବ।

ଏମ.ଏମ.ୟୁପି ସ୍କୁଲରେ ବାର୍ଷିକ ଉତ୍ସବ।

287
ADVERTISEMENT

ସାନଖେମୁଣ୍ଡି,୨୬/୧(ହିମାଂଶୁ ପାଢୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ବଢିଆଉସ୍ତା ମଦନମୋହନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୧ତମ ସାଧାରଣତନ୍ତ୍ର ଦିବସ ସହ ବିଦ୍ୟାଳୟର ୮ମବାର୍ଷିକ ଉତ୍ସବ ଗତ ତା-୨୬ ଜାନୁଆରୀ ୨୦୨୦ ରିଖ ରବିବାର ଦିନ ପାଳିତ ହୋଇ ଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଶ୍ରୀକାନ୍ତ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ହୋଇଥିବା କାର୍ଯ୍ୟକ୍ରମରେ ପ୍ରଥମେ ଛାତ୍ରଛାତ୍ରୀ ମାନେ ଜାତୀୟତାବାଦୀ ସ୍ଲୋଗାନ ସହ ଦେଶାତ୍ମବୋଧକ ଗୀତ ଗାଇ ଗ୍ରାମ୍ୟ ପରିକ୍ରମା କରିଥିଲେ।ପରେ ପ୍ରାତଃ ୮ଘ.ସମୟରେ ବିଦ୍ୟାଳୟ ପରିସରରେ ଜାତୀୟ ପତାକା ଉତ୍ତୋଳନ ଓ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ କୋରାପ୍ରସାଦ ରଥ ଯୋଗଦେଇ ବିଦ୍ୟାର୍ଥୀଙ୍କୁ ଦେଶପ୍ରେମୀ ହେବାକୁ ଉଦବୋଧନ ଦେଇଥିଲେ।ସମ୍ମାନୀତ ଅତିଥି ରୂପେ ସୁଦୂର ବ୍ରହ୍ମପୁରରୁ ସ୍ୱାମୀ ହରିଶରଣାନନ୍ଦ,ଇନ୍ଦିରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶଙ୍କର୍ଷଣ ସାବତ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଅରୁଣ କୁମାର ମିଶ୍ର ଓ ଦିଗପହଣ୍ଡିର ସୀମାଞ୍ଚଳ ପଣ୍ଡା ମଞ୍ଚାସୀନ ଥିଲେ।ଏହି କାର୍ଯ୍ୟକ୍ରମରେ ଭାରତର ୭୧ତମ ସାଧାରଣତନ୍ତ୍ର ଦିବସ ଉପରେ ଆଲୋଚନା ସହ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ତାଙ୍କ ଅବଦାନ ପିଲାମାନଙ୍କୁ ଅବଗତ କରାଯାଇଥିଲା।ଭାରତୀୟ ସମ୍ବିଧାନର ପ୍ରତିଷ୍ଠା ଦିବସ ଅବସରରେ ଏହି ମହାନ ପର୍ବ ପାଳନ କରାଯାଉଛି ବୋଲି ମୁଖ୍ୟଅତିଥି କହିଥିଲେ।

Advertisement