Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁରରେ ବିଶ୍ଵ ସମ୍ବାଦ କେନ୍ଦ୍ର ଆୟୋଜନ

ବ୍ରହ୍ମପୁରରେ ବିଶ୍ଵ ସମ୍ବାଦ କେନ୍ଦ୍ର ଆୟୋଜନ

325
ADVERTISEMENT

ବ୍ରହ୍ମପୁର,୨୫ା୧(ଋଷିକେଶ ବେହେରା):ବିଶ୍ଵ ସମ୍ବାଦ କେନ୍ଦ୍ର, ବ୍ରହ୍ମପୁର ସମେତ ଟାଉନହଲ ଠାରେ ଏକ ବୃଦ୍ଧିଜୀବି ସମ୍ମିଳନୀ ଆୟୋଜନ କରାଯାଇଥିଲା l ଉକ୍ତ ସମ୍ମିଳନୀରେ ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜ ସେବୀ, ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର, ଉଦବୋଧନ ଦେଇଥିବାବେଳେ ଅବସର ପ୍ରାପ୍ତ ଅ ଧ୍ୟାପକ ତଥା ବରିଷ୍ଠ ସମାଜସେବୀ ଶ୍ରୀ ରମେଶ ଚରଣ ତ୍ରିପାଠୀ ସଂଯୋଜନା କରିଥିଲେl ଭାରତ ସରକାରଙ୍କ ଦ୍ଵାରା ଏକ ପଦକ୍ଷେପ ନିଆଯାଇଛି, ପଡ଼ୋଶୀଦେଶ ତଥା ପାକିସ୍ତାନ, ବଙ୍ଗଳାଦେଶ, ଓ ଆଫଗାନିସ୍ଥାନରେ ନିଯ୍ୟାତିତ ଅଳ୍ପସଂଖ୍ୟକ ସମୂହ ଯଥା ହିନ୍ଦୁ, ଶିଖ୍,ଜୈନ,ପ୍ୟାରିସ , ଖ୍ରୀଷ୍ଟିୟାନ ମାନଙ୍କ ଭାରତରେ ସ୍ଥାନୀୟ ନାଗରିକ ହେବା ପାଇଁ ବ୍ୟବସ୍ଥା କରାଯାଇଛି କାହାର ନାଗରିକତା ଛଡ଼ାଇନିଆଯିବ ନାହିଁ, ତେଣୁ ବାସ୍ତବିକତାକୁ ସମାଜ ଆଗରେ ରଖିବା ପାଇଁ ବିଶ୍ଵ ସମ୍ବାଦ କେନ୍ଦ୍ର ଆୟୋଜନ ହୋଇଛି l ଏଥିରେ ସମାଜର ବରିଷ୍ଠ ନାଗରିକ, ବୃଦ୍ଧିଜୀବି ତଥା ଶତାଧିକ ନାଗରିକମାନେ ଯୋଗଦେଇଥିଲେl

Advertisement