ବିଲେଇ ଛୁଆକୁ ନେଇ ଦୁଇ ପଡୋଶୀଙ୍କ ମଧ୍ୟରେ ମାରପିଟ

514
ADVERTISEMENT

କୁକୁଡାଖଣ୍ଡି, ୨୮/୬(ଇ.ରଞ୍ଜନ): ଗୋଟିଏ ବିଲେଇ ଛୁଆକୁ ନେଇ ଆଙ୍କୁଶପୁର ସଦର ଥାନା ଅନ୍ତର୍ଗତ ଦକ୍ଷିଣପୁର ପଞ୍ଚାୟତ କାଳୁଆ ମନ୍ଦିର ସାହିରେ ଦୁଇ ପଡୋଶୀଙ୍କ ମଧ୍ୟରେ ମାରପିଟ ହୋଇଛି | ଦୁଇ ପଡୋଶୀଙ୍କ ଅଭିଯୋଗ ପ୍ରକାରେ ସଦର ଥାନାରେ ୧୬୦/୨୦୧୯ ଏବଂ ୧୬୧/୨୦୧୯ ଦୁଇଟି ପୃଥକ କେସ ଦାଏର ହୋଇଛି | ଏହି ଦୁଇଟି କେସରେ ଦୁଇ ପଡୋଶୀଙ୍କ ୫ଜଣଙ୍କୁ ଗିରଫ କରାଯାଇ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଏସ.ଆଇ ବିନୀତ କୁମାର ଶତପଥୀ କହିଛନ୍ତି | ସେମାନେ ହେଲେ ବବି ଜାନି, ସନିଆ ଜାନି, ରୁଦ୍ରପ୍ରତାପ ସ୍ୱାଇଁ ଏବଂ ଅନ୍ୟ ଦୁଇଜଣଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଝିଅ ରହିଥିବା ବିନୀତ କୁମାର ଶତପଥୀ ସୂଚନା ଦେଇଛନ୍ତି |

ସୂଚନାନୁଯାୟୀ, ପଡୋଶୀଙ୍କର ଏକ ପୋଷା ବିଲେଇ ଛୁଆ ବବି ଜାନିଙ୍କର ଘରେ ପଶି ପ୍ରତିଦିନ ଅପରିଷ୍କାର କରୁଥିବାରୁ ୨୬ତାରିଖ ବୁଧବାର ରାତ୍ର ୯ଟା ସମୟରେ ବବି ଜାନି, ସନିଆ ଜାନି ଏବଂ ରୁଦ୍ରପ୍ରତାପ ସ୍ୱାଇଁ ତିନିମିଶି ପଡୋଶୀ ମହିଳାଙ୍କୁ ଗାଳିଗୁଲଜ କରିଥିଲେ | ଏହି ସମୟରେ ଉଭୟ ପଡୋଶୀଙ୍କ ମଧ୍ୟରେ ମାରପିଟ ହୋଇ ଝଗଡା ହୋଇଥିଲା |

Advertisement