Thursday, November 19, 2026
ADVERTISEMENT
Home ଆଞ୍ଚଳିକ ୨୭ରୁ ମହାନଗର ମହୋତ୍ସବ

୨୭ରୁ ମହାନଗର ମହୋତ୍ସବ

355
ADVERTISEMENT

ବ୍ରହ୍ମପୁର,୨୫/୧(ହିମାଂଶୁ ପାଢୀ):ଆସନ୍ତା ୨୭ ତାରିଖରୁ ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ୭ମ ମହାନଗର ମହୋତ୍ସବ ଅନୁଷ୍ଠିତ ହେବ। ମହାନଗର ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ହେବ ଏହି ମହୋତ୍ସବ। ଏନେଇ ମହାନଗର ମହୋତ୍ସବ କାର୍ଯ୍ୟାଳୟ ପରିସରରେ ବ୍ରହ୍ମପୁର ବିଧାୟକ ତଥା ମହୋତ୍ସବ ଆୟୋଜକ କମିଟି ଅଧକ୍ଷ ବିକ୍ରମ ପଣ୍ଡାଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଦୀର୍ଘ୧୦ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବରେ ରାଜ୍ୟର ବହୁ ମନ୍ତ୍ରୀ, ବରିଷ୍ଠ ପଦାଧିକାରୀ,କବି, ସାହିତ୍ୟିକ, କଳାକାର, ସାମ୍ବାଦିକ, ସାମାଜିକ କର୍ମୀ, ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ମହୋତ୍ସବରେ ପ୍ରତ୍ୟେକ ଦିନ ଅପରାହ୍ନରେ ଆୟୋଜିତ ରେଶମ ସହର ପୁସ୍ତକ ମେଳାରେ ସାହିତ୍ୟ, କଳା, ସଂସ୍କୃତି ଓ ବିଭିନ୍ନ ଭାଷାରେ କୃତିତ୍ୱ ହାସଲ କରିଥିବା ୫୦ ରୁ ଉର୍ଦ୍ଧ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ମହୋତ୍ସବ ମଞ୍ଚରେ ସମ୍ମାନିତ କରାଯିବ। ପ୍ରତ୍ୟେକ ଦିନ ଆୟୋଜିତ ଆଲୋଚନା ଚକ୍ରରେ ପୋଡାମାରିର କବି ନଟବର ସିଂ ସାହିତ୍ୟ ସଂସଦ, ସାନଖେମୁଣ୍ଡିର ସାନଖେମୁଣ୍ଡି ସାହିତ୍ୟ ସଂସଦ, ପିତ୍ତଳର ଓଡ୍ର ସାହିତ୍ୟ ସଂସଦ, ବ୍ରହ୍ମପୁରର ତ୍ରିଧାରା ସାହିତ୍ୟ ସଂସଦ, ଚିକିଟିର ବାହୁଦା ସାହିତ୍ୟ ସଂସଦ, ପାତ୍ରପୁରର ଉପାନ୍ତ ସାହିତ୍ୟ ସଂସଦ, ବ୍ରହ୍ମପୁରର ରାଜଧିରାଜ ଦେବରାଜ ସାହିତ୍ୟ ଅନୁଷ୍ଠାନ, ଓ ଆସିକାର ସମ୍ଭାବନା ସାରସ୍ୱତ ପରିଷଦ ପକ୍ଷରୁ ସାହିତ୍ୟ ଚର୍ଚ୍ଚା,ଆଲୋଚନା, ତର୍କ ବିତର୍କ, ସହ ପୁସ୍ତକ ଉନ୍ମଚନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମହୋତ୍ସବର ଉଦଘାଟନୀ ଦିବସରେ ପୋଲିଟିକାଲ କମେଡି ସୋ-ଦି ଗ୍ରେଟ ଓଡିଶା ପୋଲିଟିକାଲ ସର୍କସର କଳାକାର ମାନେ ଯୋଗ ଦେବାକୁ ଥିବାବେଳେ ,ରାଜ୍ୟ ସଂସ୍କୃତି ବିଭାଗ ଭୁବନେଶ୍ୱର ରୁ ୪ଟି ନୃତ୍ୟ ଅନୁଷ୍ଠାନ ତାଙ୍କର କଳା ନୌପୂର୍ଣ୍ଣ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଜାନୁଆରୀ ୩୦ ରେ ଓଲିଉଡ କଣ୍ଠଶିଳ୍ପୀ ସ୍ୱୟଂ ପାଢ଼ୀ ଓ ତାଙ୍କ ସାଥିଙ୍କ ଦ୍ଵାରା ମେଗା ମେଲୋଡି ନାଇଟ, ଫେବୃଆରୀ ୨ ରେ ଓଲିଉଡ କଣ୍ଠଶିଳ୍ପୀ ଦୀପ୍ତିରେଖା ଓ ସାଥିଙ୍କ ଦ୍ଵାରା ମେଗା ମେଲୋଡି ସୋ, ଜାନୁଆରୀ ୩୧ ରେ କୋଲକାତାର ରତ୍ନାଦତ୍ତା ଡ୍ୟାନ୍ସ ଗ୍ରୁପ ପକ୍ଷରୁ ସେମୀ କ୍ଲାସିକଲ ଓ ଆଧୁନିକ ନୃତ୍ୟ,ଫେବୃଆରୀ ୪ ରେ ଭୁବନେଶ୍ୱର ବ୍ଲାଙ୍କ ପଏଣ୍ଟ ବେଣ୍ଡ ପକ୍ଷରୁ ମେଲୋଡି ଆୟୋଜନ ହେବ l

Advertisement