Thursday, November 19, 2026
ADVERTISEMENT
Home ଆଞ୍ଚଳିକ ନାଗେଶ୍ୱର ଭଲ୍ଲିବଲ ଟୁର୍ନାମେଣ୍ଟରେ କୁମ୍ଭଝରି ଗୋଷ୍ଠୀକୁ ପୁରସ୍କୃତ

ନାଗେଶ୍ୱର ଭଲ୍ଲିବଲ ଟୁର୍ନାମେଣ୍ଟରେ କୁମ୍ଭଝରି ଗୋଷ୍ଠୀକୁ ପୁରସ୍କୃତ

224
ADVERTISEMENT

ବନ୍ଥପଲ୍ଲୀ,୨୫/୧(ଇ.ରଞ୍ଜନ):ବନ୍ଥପଲ୍ଲୀ ଗ୍ରାମପଞ୍ଚାୟତରେ ଦୀର୍ଘ ଦିନଧରି ଚାଲିରହିଥିବା ନାଗେଶ୍ୱର ଭଲ୍ଲିବଲ ଟୁର୍ନାମେଣ୍ଟର ଅନ୍ତିମଦିନରେ ସୁକୁଣ୍ଡା ଗୋଷ୍ଠୀ ସହ କୁମ୍ଭଝରି ଗୋଷ୍ଠୀ ମଧ୍ୟରେ ଟକର ହୋଇଥିଲା l ଯାହାକି ସେହି ଅଞ୍ଚଳର ଆଖିପାଖ ଗ୍ରାମର ଯୁବକଙ୍କ ସହ ବୟସ୍କ କ୍ରୀଡା ପ୍ରେମୀମାନେ ଅନ୍ତିମ ଦିନ ହେତୁ ଆଗ୍ରହର ସହ ଦେଖିଥିଲେ l ଏଥିରେ ସୁକୁଣ୍ଡା ଗୋଷ୍ଠୀକୁ କୁମ୍ଭଝରି ଗୋଷ୍ଠୀ ପରାସ୍ତ କରିଥିଲେ l

ଶେଷରେ ସରପଞ୍ଚ ପ୍ରଶାନ୍ତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଉକ୍ତଗ୍ରାମର ମୁଖିଆ କୁମ୍ଭଝରି ଗୋଷ୍ଠୀକୁ ପୁରସ୍କୃତ କରି ସମ୍ବର୍ଦ୍ଧିତ କରିଥିଲେ l ଏଥିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ତ୍ରିନାଥ ନାହାକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ପୂର୍ବତନ ସରପଞ୍ଚ ବାରନିଧି ଭୂୟାଁ, ୟୁଥ କ୍ଲବ ପରାମର୍ଶ ଦାତା ମହେଶ ଭୂୟାଁ ପ୍ରମୁଖ ଉପସ୍ଥିତ ରହି କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିଥିଲେ l

Advertisement