ଦିଗପହଣ୍ଡି୨୫/୧(ସପନ ଦାସ): ଦିଗପହଣ୍ଡି ତପ୍ତପାଣି ଜାତୀୟ ରାଜପଥରେ ଥିବା ଧରମପୁର ଶଂସାନ ନିକଟରେ ବାଇକକୁ ବାଇକ ଓଭେରଟେକ କରିବା ସମୟରେ ମହାଭିର ନାମକ ଏକ ବସ୍ ସହ ମୁଁହାମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି।ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟ ଓ ୩ଜଣ ଆହତ ହୋଇଛନ୍ତି। ଆହତ ହୋଇଥିବା ଯୁବକ ମାନେ ହେଲେ ପାଟପୁର ଥାନା ଅନ୍ତର୍ଗତ କେ. ନୂଆଗଡ଼ ଗ୍ରାମର ଗଞ୍ଜୁ ମଣ୍ଡଳ, ଦିଲ୍ଲୀପ ଶବର, ଓ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଗ୍ରାମର ହିମାଂଶୁ ପ୍ରଧାନ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଗ୍ରାମର ଚନ୍ଦନ ଘଡେଇ ବୋଲି ଜଣାପଡିଛି।

ଦୁର୍ଘଟଣା ସମ୍ପର୍କରେ ସାନଖେମୁଣ୍ଡି ଦମକଳ ବାହିନୀ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ମାନଙ୍କୁ ଦିଗପହଣ୍ଡି ସରକାରୀ ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଅତ୍ୟାଧିକ ଚିକିତ୍ସା ପାଇଁ ନିମନ୍ତେ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଇଥିବା ହିମାଂଶୁଙ୍କ ମୃତ୍ୟ ଘଟିଛି। ଘଟଣା ସମ୍ପର୍କରେ ସୂଚନା ପାଇ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ମେଡିକାଲକୁ ପଠାଯିବା ସହ ଘଟଣା ଘଟେଇଥିବା ତିନୋଟି ଗାଡିକୁ ପୋଲିସ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରହିଛି।

















