Thursday, November 19, 2026
ADVERTISEMENT
Home ଆଞ୍ଚଳିକ ସାଉଥକୋ କାର୍ଯ୍ୟାଳୟରେ ସ୍ବାଧୀନତା ସଂଗ୍ରାମୀ ମହାନବିପ୍ଳବୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୩ତମ ଜୟନ୍ତୀ...

ସାଉଥକୋ କାର୍ଯ୍ୟାଳୟରେ ସ୍ବାଧୀନତା ସଂଗ୍ରାମୀ ମହାନବିପ୍ଳବୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୩ତମ ଜୟନ୍ତୀ ପାଳିତ

293
ADVERTISEMENT

ବ୍ରହ୍ମପୁର,୨୪/୧( ହିମାଂଶୁ ପାଢି) : ସ୍ଥାନୀୟ ସାଉଥକୋ ସହକାରୀ ଯନ୍ତ୍ରୀଙ୍କ କାର୍ଯାଳୟେ ସାଉଥକୋ ସହକାରୀ ଯନ୍ତ୍ରୀ କେ.ଡିଲେଶ୍ବର ଆଚାରୀଙ୍କ ଅଧ୍ୟକ୍ଷତାରେ ସ୍ବାଧୀନତା ସଂଗ୍ରାମୀ ମହାନବିପ୍ଳବୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୩ତମ ଜୟନ୍ତୀ ପାଳିତ ହୋଇଯାଇଛି ଉକ୍ତ କାର୍ଯ୍ୟକ୍ରମରେ ବ୍ଳକ ଗୋଷ୍ଠୀଉନ୍ନୟନ ଅଧିକାରୀ ସୁରଞନ ସାହୁ ସୁବାଷ ଚନ୍ଦ୍ର ବୋଷଙ୍କ ବୀରତ୍ବର ଅନ୍ତ ନାହିଁ ବୋଲି ବକ୍ତବ୍ଯ ରଖିଥିଲେ ସେହିପରି ଥାନାଅଧିକାରୀ ରମେଶ ଚନ୍ଦ୍ର ଦାସ ନିଜ ବକ୍ତବ୍ଯରେ କହିଥିଲେ କି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଁରେଜ ମାନଙ୍କ ବିରୋଧରେ ସାରା ଦେଶବାସୀଙ୍କୁ ଏକଜୁଟ କରି ଯୁଦ୍ଧ ଡାକରା ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଶେରଗଡ ବ୍ଳକର ବିଭିନ୍ନ ସ୍କୁଲରୁ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଉକ୍ତ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଅଧିକାରୀ ଭାସ୍କର ଲେଙ୍କା,ପୂର୍ବତନ ବ୍ଳକ ଅଧ୍ୟକ୍ଷ ବାବୁଲା କୁମାର ଚୌଧୁରୀ, ବରିଷ୍ଠ ବିଜେଡି ନେତା ହୃଷୀକେଶ ପାଢ଼ୀ, ହୀନ ବେହେରା ଓ ବରିଷ୍ଠ ଆଇନଜୀବୀ ରାଘବାନନ୍ଦ ପଶୁପାଳକ ପ୍ରମୁଖ ଉପସ୍ଥିତ ଥିଲେ ସଭାଶେଷରେ ସାଉଥକୋ ସହକାରୀ ଯନ୍ତ୍ରୀ କେ.ଡିଲେଶ୍ବର ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ l

Advertisement