Thursday, November 19, 2026
ADVERTISEMENT
Home ଆଞ୍ଚଳିକ ବେପରୁଆ ଗାଡି ଚାଳନା ଯୋଗୁଁ ବସ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ଯୁ : ରାସ୍ତା ରୋକିଲେ ସ୍ଥାନୀୟ...

ବେପରୁଆ ଗାଡି ଚାଳନା ଯୋଗୁଁ ବସ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ଯୁ : ରାସ୍ତା ରୋକିଲେ ସ୍ଥାନୀୟ ବାସୀ

648
ADVERTISEMENT

କୁକୁଡାଖଣ୍ଡି ,୨୪/୧(ଈରଞ୍ଜନ ) : ବ୍ରହ୍ମପୁର ଦିଗପହଣ୍ଡି ମୁଖ୍ୟ ରାସ୍ତା କୁକୁଡ଼ାଖଣ୍ଡି ବ୍ଲକ ବାଲିପଡ଼ା ନିକଟସ୍ଥ କୋରେଇଶୁଣି ମନ୍ଦିର ନିକଟରେ ବୃଦ୍ଧଙ୍କୁ ପଛ ପଟୁ ଧକ୍କା ଦେଲା “ଦିଲଖୁସ” ବସ୍ । ବିଷ୍ଣୁଦଳ ବେହେରା ନାମକ ଜଣେ ଚାଷୀ ଖେତରୁ ଘରକୁ ଆସୁଥିବା ସମୟରେ ରାସ୍ତା ପାର ହେଉଥିବା ବେଳେ ୧୬ନମ୍ବର ରାଜ୍ୟ ରାଜପଥରେ ବ୍ରହ୍ମପୁରରୁ ଦିଗପହଣ୍ଡି ଅଭିମୁଖେ ଯାତ୍ରା କରୁଥିବା “ଦିଲଖୁସ ” ନାମକ ବସ୍ ଗାଡି ନମ୍ବର ଓଡି0୭ୱାଇ ୯୪୩୯ କୁରେଶୁଣି ମନ୍ଦିର ନିକଟରେ ବୃଦ୍ଧଙ୍କ ପଛରୁ ଧକ୍କା ଦେଲା ଘଟଣା ସ୍ଥଳରେ ବୃଦ୍ଧାଙ୍କ ମୃତୁ ହୋଇବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚିନଥିବା ବେଳେ ରାସ୍ତା ସମ୍ପୂର୍ଣ ଭାବେ ସ୍ଥାନୀୟ ଲୋକେ ମୃତ ଶରୀର ସହ ରାସ୍ତା ରୋକ କରିଥିବା ସୂଚନା ମିଳିଛି l

ସରକାରଙ୍କ ସଡ଼କ ସୁରକ୍ଷା ସଚେତନକୁ ଗାଡି ଚାଳକଙ୍କ ବେଖାତିର ଦିନ କୁ ଦିନ ଦୃଘଟଣା ବୃଦ୍ଧି ପାଉଥିବା ଯୋଗୁଁ ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l

Advertisement