ବାଲିଗୁଡ଼ା୨୪/୧(ସୁରେଶ ପଣ୍ଡା) : ଜାତୀୟ ମୁକ୍ତି ସଂଗ୍ରାମର ଦୁଇ ସଶସ୍ତ୍ର ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ୧୨୩ତମ ଜୟନ୍ତୀ ମହୋତ୍ସବ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳର ପ୍ରତ୍ୟେକ ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଭଳି ବିଭିନ୍ନ ସ୍ଥାନରେ ମହାସମାରୋହରେ ପାଳିତ ହୋଇ ଯାଇଛି l ଏହି ଅବସରରେ ଦୁଇ ସଂଗ୍ରାମୀଙ୍କ ଫୋଟୋ ଚିତ୍ରରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପୁଷ୍ପମାଲ୍ୟାର୍ପଣ କରି ଉଭୟଙ୍କ ବିଶ୍ୱାସ ଥିଲାଯେ ରକ୍ତ ନାହିଁ ତ ସଂଗ୍ରାମ ନାହିଁ l ଏ ଦୁହେଁ ରକ୍ତର ସ୍ଵାକ୍ଷର ଦେଇ ସ୍ୱାଧୀନତା ସଂଗ୍ରାମରେ ବିଜୟ ଲଭି ଥିବା ଦେଶପ୍ରେମୀ l ଏମାନଙ୍କ ସାହସ,ବୀରତ୍ୱ ଓ ଆତ୍ମବଳିର ଗାଥା ଥିଲା ଅତୁଳନୀୟ ବୋଲି ନିଜନିଜ ବକ୍ତବ୍ୟରେ ଆଲୋକପାତ କରିଥିଲେ l

















