ବାଲିଗୁଡ଼ା,୨୩/୧( ବାଳକୃଷ୍ଣ ପାଢ଼ୀ ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବାଲିଗୁଡ଼ାର ବାତାବରଣ ଦିନକୁ ଦିନ ସ୍ୱାଧୀନତାର ୭୧ବର୍ଷ ପଛକୁ ଯାଉଛି ବୋଲି ବୁଦ୍ଧିଯିବି ମହଲରେ ଆଲୋଚନା ହେଉଛି ଆଜି ଦେଖିବାକୁ ମିଳିଛି ଉପଜିଲ୍ଲାପାଳ ଓ ବ୍ଲକ ଅଫିସର ସମ୍ମୁଖରେ ଏକ ରାସ୍ତା କାମ ଚାଲିଛି ସମସ୍ତ ଅଫିସ, କୋର୍ଟର ସରକାରୀ ଘର, ଗ୍ରାମ୍ୟ ନିର୍ମାଣ ବିଭାଜନ କାର୍ଯ୍ୟାଳୟ, ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି ହେଲେ ଏବେ ଠିକାଦାର କାମ ଆରମ୍ଭ କରିଛନ୍ତି କିନ୍ତୁ ଏହି ରାସ୍ତା ଦେଖିବା ପାଇଁ ନା ଅଛନ୍ତି ଯନ୍ତ୍ରୀ ନା ଅଛନ୍ତି ସହକାରୀ ଯନ୍ତ୍ରୀ ଏହି ରାସ୍ତାରେ ପିଚୁ ନ ମିଶାଯାଇ ଗୋଡ଼ି ପକାଯାଉଛି ହେଲେ ଠିକାଦାରଙ୍କ କହିବା ଅନୁଯାୟୀ ଏଭଳି କାମ କରିବାକୁ ଆମର ଇଛା ନୁହଁ କିନ୍ତୁ ଯାହା ଏଷ୍ଟିମେଟ ହେଇଛି ସେ ଅନୁସାରେ କାମ କରୁଛୁ ଏକଥା କାର୍ଯ୍ୟନିର୍ବାହି ଅଧିକାରୀ ଜୟଦେବ ଷଡ଼ଙ୍ଗୀଙ୍କୁ ପଚାରିବାରୁ କୌଣସି ଗୁରୁତ୍ୱ ନେଉନାହାନ୍ତି କହିଲେ କହୁଛନ୍ତି ଯନ୍ତ୍ରୀଙ୍କ ସହ କଥା ହୁଅନ୍ତୁ ଏମିତି ବହୁ ଥର ଯୁକ୍ତି କରନ୍ତି ବୋଲି ଏହି ୱାର୍ଡର ଲୋକମାନେ ଅଭଯୋଗ କରୁଛନ୍ତି ଆହୁରି ଏକଥା ବି କହିଛନ୍ତି ଏହି ରାସ୍ତା ଦେଇ ଖୋଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଘରୁ ଅଫିସକୁ ଯାଇଥାନ୍ତି ଅନୁରୋଧ ଏହି ରାସ୍ତା ଠିକ ଭାବରେ ନ ହୁଏ ଆଗକୁ ରାସ୍ତା ରୋକ କରିବୁ ବୋଲି କହିଛନ୍ତି ।

















