ଗଜପତି,୨୩/୧(ଡି.ଏଚ) : ଗତ ୧୯୭୧ ମସିହାରେ ଗଜପତି ଜିଲ୍ଲାର ଆଲିଗଣ୍ଡାକୁ ଆସିଥିଲେ । ଆଲିଗଣ୍ଡାର ଦୁର୍ଗମ ଅଂଚଳରେ ଦୀର୍ଘ ୪୮ ବର୍ଷ ରହି ଶିକ୍ଷା ଯୋଗାଇବା ପାଇଁ ଦୁଇ ଦୁଇଟି ସ୍କୁଲ ଖୋଲିବା ସହ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଆଲିଗଣ୍ଡାରେ ଏକ ହେଲଥ ସେଣ୍ଟର ଖୋଲି ଅଂଚଳବାସୀଙ୍କ ସ୍ୱାସ୍ଥ୍ୟ ସେବା ଯୋଗାଉଥିଲେ । ଆବେଦନ ସତ୍ୱେ ତାଙ୍କୁ ଭାରତରେ ନାଗରୀକତ୍ୱ ନ ମିଳିବା ପରେ ଗତ ୨୦୧୯ ମସିହା ଅଗଷ୍ଟ ୧୮ ତାରିଖରେ ସେ ଭାରତ ଛାଡି ସ୍ପେନକୁ ଫେରିଯାଇଥିଲେ । ସେ ଚାଲିଯିବା ପରେ ତାଙ୍କ ଦ୍ୱାରା ପରିଚାଳିତ ହେଉଥିବା ଡିଇପେନସରୀଟି ସଂମ୍ପୁର୍ଣ୍ଣ ଭାବେ ବନ୍ଦ ହେବା ସହ ସ୍ୱାସ୍ଥ୍ୟ ସେବା ବନ୍ଦ ହୋଇଯାଇଥିଲା । ସ୍ୱାସ୍ଥ୍ୟ ସେବା ପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେବା ପରେ ହେଲଥ ସେଣ୍ଟର ଡାକ୍ତର ନିଯୁକ୍ତି କରି ପୁଣି ଥରେ ହେଲଥ ସେଣ୍ଟରକୁ ଚାଲୁ କରିବାକୁ ଅଂଚଳବାସୀ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲେ । ଅଂଚଳବାସୀଙ୍କ ଅନୁରୋଧକ୍ରମେ ହେଲଥ ସେଣ୍ଟରକୁ ମାଇକ୍ରୋ ହେଲଥ ପ୍ଳାନରେ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲା ପ୍ରଶାସନ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ନିଦେ୍ର୍ଧଶ ଦେଇଥିଲେ । ଏବେ ହେଲଥ ସେଣ୍ଟରରେ ଡାକ୍ତର ନିଯୁକ୍ତି ହେବା ସହ ସପ୍ତାହରେ ମଙ୍ଗଳବାର ଓ ଶୁକ୍ରବାର ଦୁଇ ଦିନ ଅଂଚଳବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ଯାହାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ବେଶ ଖୁସି ଦେଖିବାକୁ ମିଳିଛି ।

















