ପାତ୍ରପୁର,୨୩/୧(ଋଷିକେଶ ବେହେରା ) : ପାତ୍ରପୁର ବ୍ଲକ ସାମନ୍ତିଆ ପଲ୍ଲୀ ସ୍ଥିତ ଶ୍ରୀ ଭରତପତୀ ମହାବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ସୁଶାନ୍ତ କୁମାର ପଟନାୟକଙ୍କ ସଭାପତିତ୍ୱରେ ଏକ ନୂତନ ବର୍ଷର କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଅଧକ୍ଷ ମାନସ ରଞ୍ଜନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ଡ଼ଃ ଅଶୋକ କୁମାର ପଣ୍ଡା ମୁଖ୍ୟ ବକ୍ତା ଭାବେ ବକ୍ତବ୍ୟ ଦେଇଥିଲେ । ଉକ୍ତ ବିଦ୍ୟାଳୟର ସମସ୍ତ ଅଧକ୍ଷ ଅଧକ୍ଷା ଉପସ୍ଥିତ ଥିବା ବେଳେ ସେହି ଅନୁଷ୍ଠାନର କବି କବୟତ୍ରୀ ଓଡ଼ିଆ ଭାଷା ପ୍ରତି ଯୁବପିଢିଙ୍କ ମତ ପ୍ରକାଶ ପାଇଥିଲା । ସେହି ଅନୁଷ୍ଠାନ ତରଫରୁ “ପ୍ରୀତିଛନ୍ଦା”ଉନ୍ମଚିତ ହୋଇଥିବା ବେଳେ କଳ୍ପଲତା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।


















