ବ୍ରହ୍ମପୁର,୨୩/୧(ଇ.ରଞ୍ଜନ) : ଚଳିତ ବର୍ଷ ପ୍ରାରମ୍ଭରେ ହିଁ ସଦର ଥାନା ଇଲାକାଧୀନ ଭିଭିନ୍ନ ସ୍ଥାନରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟିବ ଯୋଗୁଁ ଚଳିତ ବର୍ଷ ଅଶୁଭତ୍ୱର ପ୍ରଧାନ୍ୟ ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି । ଲୋଚାପଡ଼ାରେ ସମବାୟ ସମିତି ସମ୍ପାଦକ ଜଗନ୍ନାଥ ପାତ୍ରଙ୍କୁ ବ୍ୟାଙ୍କ ଭିତରେ ପୋଡି ମରିବା ଘଟଣା ଯେତିକି ରହସ୍ୟ ଘେରରେ ରହିଛି ।
ସୁକୁଣ୍ଡା ଠାରେ ନବ ବିବାହିତା ଜଣେ ସ୍ତ୍ରୀ ପ୍ରେମିକ ଦ୍ୱାରା ମିଶି ସ୍ୱାମୀକୁ ହତ୍ୟାକରିଥିବା ସ୍ତ୍ରୀର ଚରିତ୍ର ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଗୁଣ୍ଠବନ୍ଧ ଛକରେ ଅଟୋ ଦୁର୍ଘଟଣାରେ ଜଣେ ମୃତ ସହ ଚାରି ଜଣ ଆହତ ହୋଇଥିବା ଘଟଣା ମଧ୍ୟ ଅଂଚଳରେ ଅଶୁଭ ବର୍ଷ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି

















