ବ୍ରହ୍ମପୁର,୨୨।୧(ଇ.ରଞ୍ଜନ ) : ବ୍ରହ୍ମପୁର ସହରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବ୍ରହ୍ମପୁର ଖଲିକୋଟ କଲେଜ ଠାରୁ ଆରମ୍ଭ କରି କମାପଲି ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା ବାହାରି ଭାରତ ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ନାଗରିକତ୍ୱ ସଂଶୋଧନ ଅଧିନିୟମ ( ସି .ସି.ଏ )କୁ ସ୍ୱାଗତ କରିବାକୁ ନେଇ ତ୍ରିରଙ୍ଗା ଶେଭାଯାତ୍ରା ଆୟୋଜନ କରାଯାଇଛି । ଏହି ତ୍ରିରଙ୍ଗା ଶେଭାଯାତ୍ରାରେ ଅନୁଷ୍ଠାନର ରାଜ୍ୟ ସମ୍ପାଦକ ଶକ୍ତି କାନ୍ତ ମିଶ୍ର ଯୋଗ ଦେଇ ନିଜର ଅଭିଭାଷଣରେ ସି.ସି.ଏ କୁ ଦେଶ ସପକ୍ଷରେ କହିବା ସହିତ ହିନ୍ଦୁ, ଶିଖ, ଫାରସି, ଖ୍ରୀଷ୍ଟିଆନ ଭଳି ଛଅ ଗୋଟି ସମ୍ପ୍ରଦାୟର ଲୋକମାନଙ୍କୁ ନ୍ୟାୟ ପ୍ରଦାନ ହୋଇଥିବା ନେଇ ମତ ପ୍ରକାଶ କରିଥିଲେ । ଏଥି ସହ ଯେଉଁ ମାନେ ସି .ସି.ଏ ନୀତିକୁ ନେଇ ବିଭ୍ରାନ୍ତ କରିବାକୁ ଚାହୁଁଛନ୍ତି ସେମାନେ ଏହା ନ କରି ସି .ସି.ଏ ନୀତିକୁ ସହଯୋଗ କରି ସଫଳ କରିବା ପାଇଁ ନିବେଦନ କରିଥିଲେ । ଏଥିରେ c.w.c ସଦସ୍ୟ ସ୍ମରତି ସୁଦ୍ଧା ସାହୁ ସି.ସି.ଏ ସହଯୋଗ କରିବା ସହ ଏନ.ଆର.ସି ଲାଗୁ କରିବା ପାଇଁ ଦାବି କରିଥିଲେ । ଏହି ଶେଭାଯାତ୍ରାରେ ମହାନଗର ସମ୍ପାଦକ ଚିନ୍ମୟା ନନ୍ଦ ପଟନାୟକ କୃଷ୍ଣ ଚନ୍ଦ୍ର ପଲେଇ,ରଂଜିତ କୁମାର ପାଢି ,ଅରୁଣ ପ୍ରଧାନ ,ଲିପ୍ସା ରଥ, କିରଣ ସେଠି ପ୍ରମୁଖ ଯୋଗ ଦେଇ ସଭା ସମାପନ କରିଥିଲେ ।


















