Thursday, November 19, 2026
ADVERTISEMENT
Home ଆଞ୍ଚଳିକ ବିଦ୍ୟାଳୟରେ ପାଠ ପଢ଼ାଇଲେ ବିଡିଓ

ବିଦ୍ୟାଳୟରେ ପାଠ ପଢ଼ାଇଲେ ବିଡିଓ

326
ADVERTISEMENT

କୋଦଳା,୨୨।୧(ସୂର୍ଯ୍ୟନାରାୟଣ ବଡୁ) : ବେଗୁନିଆପଡ଼ା ବ୍ଲକ୍ ରେ ନୂତନ ବିଡିଓ ଭାବେ ବେଦବର ପ୍ରଧାନ ଗତ ଶୁକ୍ରବାର ଦିନ ଯୋଗ ଦେବା ପରେ ବୁଧବାର ଦିନ ବିଭିନ୍ନ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରି ଦେଖିଛନ୍ତି l କେ.ବରିଡ଼ା, ଏସ.ଛଚିନା ,ଚନ୍ଦନପୁର ପଞ୍ଚାୟତର ମନରେଗା କାର୍ଯ୍ୟ, ବିଶ୍ରାମ ଗାର, କଲ୍ୟାଣ ମଣ୍ଡପ, ଆବାସ ଗୃହ ବୁଲି ଦେଖିଥିଲେ l ଏହି ସମୟରେ କିଛି ଲେବର ମାନଙ୍କ ସହିତ ଆଲୋଚନା କରି ବିଭିନ୍ନ ବିଷୟ ପଚାରି ବୁଝିଥିଲେ l ଏହି ସମୟରେ ଏସ୍.ଛଚିନା ସ୍ଥିତ ଶ୍ରି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଅଚାନକ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢାଇ ଥିଲେ l ତାଙ୍କ ସହିତ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ପରିଡା, କନିଷ୍ଠ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ, ଧର୍ମେନ୍ଦ୍ର ବାଡତ୍ୟା, ଉଦୟ ନାଥ ପ୍ରଧାନଙ୍କ ସହିତ ପଞ୍ଚାୟତ ପ୍ରତିନିଧି ଉପସ୍ଥିତ ଥିଲେ l

Advertisement