କୋଦଳା,୨୨।୧( ସୂର୍ଯ୍ୟନାରାୟଣ ବଡୁ) : ବେଗୁନିଆପଡା ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧୀକାରିଣୀ ସନ୍ଧ୍ୟାରାଣୀ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ କୋଦଳା ନୋଡାଲ ଉଚ ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନବାଡି କେନ୍ଦ୍ର ଠାରେ ଏକ ଶିଶୁର ଜନ୍ମଦିନ ପାଳନ କରାଯାଇଛି । କୋମଳମତି ଶିଶୁ ତଥା ସେମାନଙ୍କ ବାପାମାଆଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ପାଇଁ ସରକାରଙ୍କ ଏହା ଏକ ପ୍ରୟାସ । ବୁଧବାର ହଜ ସାହି ଅଙ୍ଗନବାଡି କେନ୍ଦ୍ରର ଜିତେନ୍ଦ୍ର କୁମାର ସାହୁ ଓ ଶ୍ରୀୟା ସାହୁଙ୍କ ପୁତ୍ର ସାଇରାମ ସାହୁଙ୍କ ପୁତ୍ରର ଆଜି ଜନ୍ମଦିନ ହୋଇଥିବାରୁ ଅଙ୍ଗନବାଡି କର୍ମୀ ସୁନୀତା ମହାନ୍ତି ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ସାଥିରେ ଥିଲେ ସୁପରଭାଈଜର ମମତା ଦାଶ , ଡେରାସାହି ଅଙ୍ଗନବାଡି କର୍ମୀ ସବିତା କୁମାରୀ ବଡୁ ,ବାଉରି ସାହି କର୍ମୀ ପ୍ରଭାସିନି ସେଠୀ , ବାଇଗଣୀଆ ସାହି କର୍ମୀ ରୀତାରାଣୀ ମିଶ୍ର , ରେଞ୍ଜର ବଙ୍ଗଳା କର୍ମୀ ସାହି କୁସୁମ ମିଶ୍ର ,ସହାୟିକା ସବିତା ସାହୁ , ଭାସି ପଳତା ,ଲକ୍ଷ୍ମୀ ଜେନା , ପ୍ରଭାସିନି ସାହୁ , ସୁକୁମାରୀ ଦାସ ଏବଂ ଶିଶୁର ପିତା ମାତା ଓ 5ଅଙ୍ଗନବାଡି କେନ୍ଦ୍ରର ଶିଶୁ । ଏକ ସୁନ୍ଦର ପରିବେଶରେ କେଣ୍ଡେଲ ଜଳାଇ ସାଇର ଜନ୍ମ ଦିନ କେକ କଟାଯିବା ସହିତ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ ଓ ସମସ୍ତେ କେକ ଖାଇ ଆନନ୍ଦ ମନାଇଥିଲେ । ଶିଶୁଙ୍କୁ କ୍ଷୀରି ଖୁଆଇ ଚକଲେଟ ବଣ୍ଟନ କରାଯାଇଥିଲା ।ଏହି ଅବସରରେ ସମସ୍ତ କେନ୍ଦ୍ର ଶିଶୁମାନଙ୍କ ପାଣି ପିଆ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା ।

















