କୋଦଳା,୨୨।୧( ସୂର୍ଯ୍ୟ ନାରାୟଣ ବଡୁ) : ମଙ୍ଗଳବାର ଗଞ୍ଜାମ ଜିଲ୍ଲା କୋଦଳା ଥାନା ପରିସର ମଧ୍ୟରେ ଥିବା ତ୍ରିନାଥ ମନ୍ଦିରର ବାର୍ଷିକ ଉତ୍ସବ ପ୍ରତ୍ୟକ ବର୍ଷ ଭଳି ଏହିବର୍ଷ ମଧ୍ୟ ମହାଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ପୌରହିତରେ ଅନୁଷ୍ଠିତ ଏହି ଉତ୍ସଵରେ କର୍ତ୍ତାଭାବେ ସବଇନିସପେକ୍ଟର ଅନିଲ କୁମାର ସାହୁ କାର୍ଯ୍ୟ ସମାପନ କରିଥିବା ବେଳେ ଏ.ଏସ.ଆଇ ମହେଶ୍ୱର ବେହେରା, ରାଇଟର କେ.ପ୍ରଶାନ୍ତ ରେଡି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଥାନାର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ପୂଜା ପରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

















