କୋଦଳା,୨୨।୧( ସୂର୍ଯ୍ୟ ନାରାୟଣ ବଡୁ ) : ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିଵସ ପାଳନ ନିମନ୍ତେ କୋଦଳା ତହସିଲ ପକ୍ଷ୍ଯରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କାର୍ଯକ୍ରମକୁ ଆକର୍ଷିତ କରିବା ପାଇଁ ତହସିଲ କାର୍ୟାଳୟରେ ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ କୋଦଳା ଏନଏସି ଅନ୍ତର୍ଗତ ସମସ୍ତ ସରକାରୀ/ବେସରକାରୀ ବିଦ୍ୟାଳୟରୁ ଆସିଥିବା ଶିକ୍ଷ୍ଯକ/ଶିକ୍ଷୟତ୍ରୀଙ୍କ ଉପସ୍ଥିତି ହୋଇ ସାଧାରଣ ତନ୍ତ୍ର ଦିଵସକୁ ସୁନ୍ଦର ଭାବେ ପାଳନ କରିବା ନିମନ୍ତେ ଆଲୋଚନା କରି ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ଏକ ନିର୍ଦ୍ଧିଷ୍ଟ ବିଦ୍ୟାଳୟରେ ପହଞ୍ଚି ସେଠାରେ ବିଭିନ୍ନ ବିଭାଗ ପାଇଁ ପ୍ରତିଯୋଗିତା କରି ଉତ୍ତୀର୍ଣ ବିଦ୍ୟାର୍ଥୀଙ୍କୁ ସାଧାରଣ ତନ୍ତ୍ର ଦିଵସ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତି ନିଆଯାଇଥିଲା । ସେହି ଅନୁଯାଇ ଆଜି ସ୍ଵର୍ଣ୍ଣମୟୀ ହାଇସ୍କୂଲ ପରିସର ରେ ଗୀତ ,ବକ୍ତ୍ରୁତା ଓ ସାଧାରଣ ଜ୍ଞାନ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାକୁ ତହସିଲ କର୍ମକର୍ତ୍ତା ତଦାରଖ କରିଥିବା ବେଳେ ବିଚାରକ ମଣ୍ଡଳୀରେ ସଙ୍ଗୀତ କାର ମାଷ୍ଟର କେଦାରସାହୁ, ଇନ୍ଦ୍ରମଣୀ ସାସମଲ , ରମେଶ ଚନ୍ଦ୍ର ସେଠୀ ଓ ବକ୍ତ୍ରୂତାରେ ଲକ୍ଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ଅଧ୍ୟାପକ ସାଗର ପାତ୍ର, ଡତ୍ତରାମ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ । ଜାନୁଆରୀ ୨୬ରେ ପତ୍ତକା ଉତ୍ତୋଳନ ପରେ ଅଭିଭାଷଣ ସମେତ ବିଦ୍ୟାଳୟ ସ୍ତରୀତ ପରେଡ , ନ୍ରୁତ୍ଯ , ଫେନ୍ସି ଓ ପିରାମିଡ ପ୍ରତିଯୋଗିତା ହେବ ଓ ସଙ୍ଗେ ସଙ୍ଗେ ପୂରସ୍କ୍ରୂତ କରାଯିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି ।

















