Thursday, November 19, 2026
ADVERTISEMENT
Home ଆଞ୍ଚଳିକ ପୋଡାମାରି କଲେଜରେ ଶ୍ରୀ ସୋମନାଥ ଦାସ ପ୍ରତିମୂର୍ତ୍ତି ଉନ୍ମୋଚନ

ପୋଡାମାରି କଲେଜରେ ଶ୍ରୀ ସୋମନାଥ ଦାସ ପ୍ରତିମୂର୍ତ୍ତି ଉନ୍ମୋଚନ

446
ADVERTISEMENT

ସାନଖେମୁଣ୍ଡି ,୨୨।୧(ଡି.ଏଚ ସପନ ଦାସ) : ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି ଗ୍ରାମର ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହନ୍ତ ଶ୍ରୀ ସୋମନାଥ ଦାସ ବାବାଜୀଙ୍କ ପ୍ରତିମୂର୍ତ୍ତିକୁ ତାଙ୍କ ଉତ୍ତରାଧିକାରୀ ମହନ୍ତ ଶ୍ରୀ ବାଳମୁକୁନ୍ଦ ଦାସ ବାବାଜୀ ଚୈତନ୍ୟ ମଠ, ଇ. ପ୍ରଦୀପ କୁମାର ପାତ୍ର, ଅଧକ୍ଷ ଓ ଶ୍ରୀ ଚନ୍ଦ୍ରଧୁଜ ସିଂ ପ୍ରତିଷ୍ଠାତା ସମ୍ପାଦକ ଉନ୍ମୋଚନ କରିଥିଲେ। ଏହି ଉତ୍ସବରେ ସମସ୍ତ ପ୍ରତିଷ୍ଠାତା ସଦସ୍ୟଙ୍କ ସମତେ ବହୁ ବୁଦ୍ଧିଜୀବୀ ଓ ଶୁଭେସୁ ଯୋଗଦେଇ ମହାବିଦ୍ୟାଳୟ ପ୍ରତିଷ୍ଠାରେ ବାବାଜୀଙ୍କ ଅବଦାନର ସ୍ମୁତି ଚାରଣ କରିଥିଲେ। ନାମଯଜ୍ଞ, ଘୃତଯଜ୍ଞ ସହ ଅନ୍ନଯଜ୍ଞ କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା , କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

Advertisement