ବାଲିଗୁଡ଼ା,୨୧ା୧(ଟିକି ଦଣ୍ଡିଆ) : କନ୍ଧମାଳ କ.ନୂଆଗାଁ ବ୍ଲକ ସୁରୁବାଲିଠାରେ ଆଦିବାସୀ ଓ ଦଳିତ ସଂସ୍କୃତି ଉପରେ ଏକ ବୈଠକ ଅନୁଷ୍ଠିତ କରାଯାଇଛି । ଏହି ବୈଠକରେ କୁଇ କୁଳ ସମିତିର ସଭାପତି ଗୋବିନ୍ଦ ଚନ୍ଦ୍ର ଘଟାଲ । ମୁଖ୍ୟ ଅତିଥି ରୂପେ ଯୋଗଦେବା ସହ ବରିଷ୍ଠ ସମାଜ ସେବି ପାଉଲ ପ୍ରଧାନ, ଭାସ୍କର ପ୍ରଧାନ,ବିଜୟ ପ୍ରଧାନ, ହୀରାସିଂ ମଣ୍ଡଳ, ଦଣ୍ଡପାଣି ନାୟକ ପାଣ ସମାଜ ଜିଲ୍ଲା ଉପସଭାପତି, ମାଗୁଣି ନାୟକ, କରୁଣାକର ନାୟକ, ଶଶୀ ଭୂଷଣ ପ୍ରଧାନ, ରାଇକଲା ଖଞ୍ଜରା ଗୀତ ମଦନ ସୁହାଲ ସିଂ ନିର୍ଦେଶକ ଜନବିକାଶ ଯୋଗଦେଇଥିଲେ ଏହି ବୈଠକରେ କନ୍ଧମାଳ ଜିଲ୍ଲାରେ ବହୁ ଦିନରୁ ରହିଆସୁଥିବା ଆଦିବାସୀ ଓ ପାଣ ସମାଜ ଏକତ୍ରିତ ହୋଇ କରିଆସୁଥିବା କଳାସଂସ୍କୃତିକୁ ପ୍ରଶାସନ ଗୁରୁତ୍ୱ ଦେଉନଥିବା ଆଦିବାସୀ ମାନଙ୍କ କୁରାଢ଼ୀ, କାତି, ଖଣ୍ଡା ଧରି ନାଚ କରିବା, ଏନେଇ ବୈଠକରେ ଆଲୋଚନା ହୋଇଥିଲା ଏହି ବୈଠକ ନରେଶ କୁମାର ରଞ୍ଜିତ ପ୍ରକଳ୍ପ ସଂଯୋଜକ ଜନବିକାଶ ପରିଚାଳନା କରିଥିଲେ ।


















