ପୁରୁଷୋତ୍ତମପୁର,୨୧।୧ (ସୁଦାମ ମହାରଣା ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ସୌନ୍ଦର୍ଯ୍ୟ କରଣ ନାମରେ କକ୍ରିଟ୍ ରାସ୍ତା ଉପରେ ରାସ୍ତା ନିର୍ମାଣ କାର୍ଯ୍ୟ କୁ ପଞ୍ଚାୟତ ଜନପ୍ରତିନିଧି ମାନେ ବିରୋଧ କରିଛନ୍ତି ।ଏହି ରାସ୍ତା କାମ କୁ ବିଡିଓ ସହକାରୀ ଯନ୍ତ୍ରୀ ଙ୍କୁ ତୁରନ୍ତ କାର୍ଯ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । କନିଷ୍ଠ ଯନ୍ତ୍ରୀ ବିଡିଓ ଙ୍କୁ ଅବଗତ ନକରି ବିନା ସୂଚନା ଫଳକ ରେ କାର୍ଯ୍ୟ ଆରମ୍ଭ କରିଥିଲେ। ବିଡିଓ ସିମାଞ୍ଚଳ ମହାନ୍ତି ଙ୍କୁ ବୁଝିବା ରୁ ,ସେ ଏହି ରାସ୍ତା କାମ ବିଷୟରେ କିଛି ଜାଣି ନାହାଁନ୍ତି।ବ୍ଲକ ପରିସର ସୌନ୍ଦର୍ଯ୍ୟ କରଣ ପାଇଁ୧୫ଲକ୍ଷ ଟଙ୍କା ଅନୁଦାନ ଆସିଅଛି।ବିଚାର ବିମର୍ଷ ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ପଞ୍ଚାୟତ ଜନପ୍ରତିନିଧିଙ୍କ ଅଭିଯୋଗ ହେଲା, ଗତ ୬ମାସ ତଳେ ବ୍ଲକ ପରିସରରେ ୫ଲକ୍ଷ୨୦ହଜାର ଟଙ୍କା ବ୍ୟୟରେ ସିମେଣ୍ଟ କକ୍ରିଟ୍ ରାସ୍ତା ନିର୍ମାଣ କରାଯାଇଥିଲା। ବର୍ତ୍ତମାନ ସେହି ରାସ୍ତା ଉପରେ ଆଉ ଏକରାସ୍ତା ନିର୍ମାଣର ଆବଶ୍ୟକତା ନାହିଁ। ଏଭଳି ରାସ୍ତା ନିର୍ମାଣ ହେଲେ ବର୍ଷା ପାଣି ନିଷ୍କାସନ ହୋଇପାରିବ ନାହିଁ। ତେବେ କେଉଁ ଆଧାରରେ ୧୫ଲକ୍ଷ ଟଙ୍କାର କାର୍ଯ୍ୟକୁ ବିନା ଟେଣ୍ଡରରେ ଆରମ୍ଭ କରାଗଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି। କନିଷ୍ଠ ଯନ୍ତ୍ରୀଙ୍କ ବେଆଇନ କାର୍ଯ୍ୟକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅବଗତ କରିବା ପାଇଁ ଚେତାବନୀ ଦେଇଛନ୍ତି।

















