Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ସୁରତରେ”ଓଡିଆ ମହୋତ୍ସବ” ଅନୁଷ୍ଠିତ

ସୁରତରେ”ଓଡିଆ ମହୋତ୍ସବ” ଅନୁଷ୍ଠିତ

429
ADVERTISEMENT

ବ୍ରହ୍ମପୁର,୨୧ା୧( ହିମାଂଶୁ ପାଢୀ) :ଓଡିଶା ବାସୀଙ୍କ ଦୀର୍ଘ କାଳୀନ ଦାବି ଯାହା ଭୁବନେଶ୍ୱର – ସୁରତ ଯାତ୍ରୀବାହୀ ବିମାନ ଚଳାଚଳର ଶୁଭାରମ୍ଭ ହୋଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ସୁରଥରେ ବସବାସ କରୁଥିବା ଓଡିଆ ମାନେ।ଗୁଜରାଟରେ ରହୁଥିବା ଓଡିଆକଂ ବୃହତ ସ୍ବାଥକୁ ଗୁରୁତ୍ବ ଦେଇ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଭୂବନେଶ୍ବରରୁ ସୁରଟକୁ ସିଧାସଳଖ ବିମାନ ଯୋଗାଯୋଗ କରିବା ଲଷ୍ୟ ନେଇ ବେସାମରିକ ବିମାନ ଚଳାଚଳ ମନ୍ତୀକୁଂ ଚିଠି ଲେଖିଥିଲେ। ସୋମବାର ଏୟାର ଇଣ୍ଡିଆ ବିମାନ ସିଧାସଳଖ ବିଜୁପଟ୍ଟନାୟକ ବିମାନ ବନ୍ଦରରୁ ସିଧାସଳଖ ସୁରଥକୁ ।ଯାତ୍ରା କରିଥିଲା।ସପ୍ତାହରେ ୪ଥର ସୁରଥକୁ ବିମାନ ଚଳାଚଳ କରିବ ଏହା ଦ୍ବାରା ସୁରଥରେ ଥିବା ଓଡିଆକୁଂ ଯାତ୍ରାୟତରେ ଅତ୍ୟନ୍ତ ସୁବିଧା ହେବ ବୋଲି ବିଜୁପଟ୍ଟନାୟକ ବିମାନ ବନ୍ଦର କତ୍ରୃପଷ ସୂଚନା ଦେଇଛନ୍ତି।ସୁରତରେ ଆୟୋଜିତ ହେବାକୁ ଥିବା ” ଓଡିଶା ମହୋତ୍ସବ” ଯୋଗଦେବାକୁ ଯାଇଥିବା ଗଂଜାମ ଯୋଜନା ବୋଡ ଅଧଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା,ଧନଞୟ ରାଓ,ଅନିଲ ପତି, କେ.ଅନିଲ କୁମାର,ଅଶୋକ ଶୁକ୍ଳା,ପ୍ରଶାନ୍ତ ପଣ୍ଡାକଂ ସହ ବହୁ ବିଜେଡି ନେତା କୁଂ ସୁରତ ବିମାନ ବନ୍ଦର ରେ ପ୍ରଭାସୀ ଓଡ଼ିଆଙ୍କ ଦ୍ୱାରା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ବହୁ ଓଡିଆ ଲୋକକଂ ଉପସ୍ଥିତିରେ ଉସ୍ଛବ ଅନୁଷ୍ଟିତ ହୋଇଥିଲା।

Advertisement