Thursday, November 19, 2026
ADVERTISEMENT
Home ଆଞ୍ଚଳିକ ପ୍ରାଧିକରଣ ଆନୁକୂଲ୍ୟରେ କିନ୍ନର ମାନଙ୍କ ନିମନ୍ତେ ଆଇନ ସଚେତନତା

ପ୍ରାଧିକରଣ ଆନୁକୂଲ୍ୟରେ କିନ୍ନର ମାନଙ୍କ ନିମନ୍ତେ ଆଇନ ସଚେତନତା

230
ADVERTISEMENT

ବ୍ରହ୍ମପୁର,୨୧ା୧( ସାହେବ ନାୟକ ) : ଜିଲ୍ଲା ଆଇନ ପ୍ରାଧିକରଣ ଆନୁକୂଲ୍ୟରେ ,କୋର୍ଟ ପରିସର ସ୍ଥିତ ସମ୍ମିଳନି କକ୍ଷ ଠାରେ କିନ୍ନର ମାନଙ୍କ ନିମନ୍ତେ ଆଇନ ସଚେତନତା ଶିବିରର ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ବିଚାରପତି ଡ.ପ୍ରଶାନ୍ତ କୁମାର ପଣ୍ଡା, (ଫ୍ୟାମିଲି କୋର୍ଟ ) ବିଚାରପତି ପ୍ରଜ୍ଞାନ ପାଣିଗ୍ରାହୀ ,(ରେଜିଷ୍ଟ୍ର ସିଭିଲ କୋର୍ଟ ) ଅନିଲ ଅମିତ ଏସ.କେ. ସେଠ ,(ଅଡିସନାଲ ସିଭିଲ ବିଚାରପତି ) (ଏସ.ଡି ) ଜନ୍ମେଜୟ ଦାସ ,ସେକ୍ରେଟାରୀ ଶ୍ରୀ ବିଜୟ କୁମାର ଦାସ ,( ସିଭିଲ ଜଡ଼ଜ୍) ସ୍ରିଦୀପ ମିଶ୍ର ,ଦୀପ୍ତି ରଞ୍ଜନ ଦାସ ପ୍ରମୁଖ ମଞ୍ଚାସିନ ଥିଲେ ଏବଂ ଏହାସହ ଅନ୍ୟାନ ବିଚାରପତି ମାନେ , ପାନଲ ଓକିଲ, ପାରାଲିଗାଲ ଭଲ୍ୟୁଣ୍ଟର ଓ ବହୁ ସଂଖ୍ୟକ କିନ୍ନର ମାନେ ଯୋଗଦାନ କରିଥିଲେ । କିନ୍ନର ମାନେ ନିଜର ନ୍ୟାୟ ଦାବି ପାଇବାରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହେବାସହ ଆଇନସେବା ପ୍ରାଧିକରଣ ଏହିଦିଗରେ ଥିବା ବିଭିନ୍ନ ସକ୍ରିୟ ଭୂମିକା ବିଷୟରେ ଆଲୋଚନା ହୋଇଥିଲା । ପରିବେଶରେ କିନ୍ନର ମାନଙ୍କୁ ପ୍ରାଧିକରଣ ଅଧୀନରେ ପାରାଲିଗାଲ ଭଲ୍ୟୁଣ୍ଟର ଭାବେ ଯୋଗଦାନ କରି ସମାଜର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମରେ ଭାଗିଦାରି ହେବାନିମନ୍ତେ ସେମାନଙ୍କୁ ଅବଗତ କରାଯାଇଥିଲା ।

Advertisement