ଦିଗପହଣ୍ଡି,୨୦ା୧(ସୁନିଲ ସାହୁ) : ମଙ୍ଗଳବାର ଠାରୁ ଆରମ୍ଭ ହେବ ଖେମୁଣ୍ଡି ମହୋତ୍ସବ । ଓଡିଶା ବିଧାନସଭା ବାଚସ୍ପତି ଡଃ.ସୂଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବେ। ସମ୍ନାନୀତ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ,ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଗେଂ ଯୋଗଦେବାର କାଯ୍ୟକ୍ରମ ରହିଛି । ବଲିଉଡ ସିଗଂର ଗୌତମ ଗିରୀ, ଓଲିଉଡ ସିଗଂର ଭାଗ୍ୟଶ୍ରୀ ମହାନ୍ତି, ସତ୍ୟଜିତ ପ୍ରଧାନ, ଜାଗ୍ୟସେନୀ ଷ୍ଟାରକଂ ଲାଇଭ୍ ପ୍ରୋଗ୍ରାମ ଦର୍ଶକ ମାନେ ଦେଖିବାର କାଯ୍ୟକ୍ରମ ମଧ୍ୟ ରହିଛି। ୨୧ ଠାରୁ ୨୫ ପଯ୍ୟନ୍ତ ଏହା ଚାଲିବାକୁ ଥିବା ବେଳେ ବହୁ ବଲିଉଡ, ଓଲିଉଡ କଳାକାରକଂ ସହ ସ୍ଥାନୀୟ କଳାକାରଙ୍କ ଲୋକନୃତ୍ୟ ପ୍ରଦର୍ଶନ ହେବ। ଦିଗପହଣ୍ଡି ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଥାନା ଅଧିକାରୀ ବସନ୍ତ ସେଠୀ ସୂଚନା ଦେଇଛନ୍ତି।



















