ବ୍ରହ୍ମପୁର,୨୦ା୧(ହିମାଂଶୁ ପାଢ଼ୀ) : କୁକୁଡାଖଣ୍ଡି ବ୍ଲକ ନଳିହାଡ଼ ଗ୍ରାମରେ ଭାଗବତ କଥାଯଂଜ୍ଞ ଏକ ସପ୍ତାହ ବ୍ୟାପି ପାଳନ ହେଉଛି । ଚଳିତମାସ ୧୮ତାରିଖରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମକୁ ସମବାୟ ସଙ୍ଘ ସଭାପତି ସନାତନ ସଂଗ୍ରାମ ସିଂ ଉଦଘାଟନ କରିଥିଲେ । ୧୮ତାରିଖରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ୨୪ତାରିଖରେ ଉଦଯାପନ ହେବାର କାର୍ଯ୍ୟକ୍ରମ ରହିଥିବାବେଳେ,କାର୍ଯ୍ୟକ୍ରମ ଆରମ୍ଭ ଦିବସରେ ଗ୍ରାମର ମହିଳା ମାନଙ୍କ ଦ୍ୱାରା କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା ।ପ୍ରତ୍ୟେକ ଦିନ ସନ୍ଧ୍ୟା ୬ଘଣ୍ଟ ଠାରୁ ୯ ଘଣ୍ଟ ପର୍ଯ୍ୟନ୍ତ ସୁଦୂର ବୃନ୍ଦାବନରୁ ଆସିଥିବା ସୁଦାମ ସଖା ବ୍ରହ୍ନଚାରୀଙ୍କ ଦ୍ୱାରା ଭାଗବତ କଥା ସ୍ରୋତା ମାନଙ୍କୁ ଶୁଣେଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିଛନ୍ତି । ନିକଟବର୍ତୀ ୧0ରୁ ୧୫ ଖଣ୍ଡ ଗ୍ରାମର ଲୋକେ ଶୀତ କାକରକୁ ବ୍ରୁଖେପ ନକରି ଭଗବାନଙ୍କ କଥା ଶୁଣିବାକୁ ଆସୁଛନ୍ତି । କାର୍ଯ୍ୟକ୍ରମକୁ ଭଗବାନ ଲେଙ୍କା,ଭଗବାନ ଗଜେନ୍ଦ୍ର,ରାଧା ଭୂୟାଁ,କଂସ ଗଜେନ୍ଦ୍ର,ରବି ଗଜେନ୍ଦ୍ର,କାଳୁ ଗଜେନ୍ଦ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ବେଳେ ଗ୍ରାମବାସୀ ସହଯୋଗ କରୁଥିବା ଦେଖିବାକୁ ମିଳୁଛି । ଆଗାମୀ ଦିନରେ ଶ୍ରୀକ୍ଷେତ୍ର ପୁରୀ ସମେତ ବିଭିନ୍ନ ଧାର୍ମିକ ସ୍ଥାନରୁ ପ୍ରବକ୍ତା ମାନେ ଆସୁଥିବା ସୂଚନା ମିଳୁଛି । ପ୍ରତିବର୍ଷ ଏହି ସମୟରେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ ହେଉଥିବାରୁ ଗ୍ରାମବାସୀଙ୍କ ତରଫରୁ ପରିଚାଳନା ସମିତିକୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

















