Thursday, November 19, 2026
ADVERTISEMENT
Home ଆଞ୍ଚଳିକ ଉତ୍ତମ ସମାଜ ଗଠନରେ ଖବର କାଗଜର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ “ବିଜୟ କେତନ”ର ଚତୁର୍ଥ...

ଉତ୍ତମ ସମାଜ ଗଠନରେ ଖବର କାଗଜର ଭୂମିକା ଅତ୍ୟନ୍ତ ଗୁରୁତ୍ୱ ପୂର୍ଣ୍ଣ “ବିଜୟ କେତନ”ର ଚତୁର୍ଥ ବାର୍ଷିକ ଉତ୍ସବ ପାଳନ ଅବସରରେ ବକ୍ତାଙ୍କ ଉଦବୋଧନ

492
ADVERTISEMENT

ବ୍ରହ୍ମପୁର,୨୦ା୧( ସଞ୍ଜୟ ପଟନାୟକ) : ବ୍ରହ୍ମପୁର ଠାରୁ ୪0କିମି ଦୂର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡ଼ାମାରି ସ୍ଥିତ “ବିଜୟ କେତନ “ଖବର କାର୍ଯ୍ୟାଳୟ ପରିସରରେ ବିଜୟ କେତନ ଚତୁର୍ଥ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ପୋଡ଼ମାରି ସ୍ଥିତ Pwd ଆଇବି ଠାରୁ ଏକ ବିରାଟ ପଟୁଆରରେ ଅତିଥିମାନଙ୍କୁ କାର୍ଯ୍ୟକ୍ରମ ସ୍ଥଳ ପର୍ଯ୍ୟନ୍ତ ଅଣାଯାଇଥିଲା ପରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଜୟ କେତନ ଖବର କାଗଜର ସମ୍ପାଦକ ନୃସିଂହ ପ୍ରସାଦ ପାଢ଼ୀ ଅତିଥି ମାନଙ୍କୁ ମଞ୍ଚ ଉପରକୁ ସ୍ୱାଗତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏବଂ କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ ବିଜୟ କେତନର ପ୍ରତିଷ୍ଠାତା ବିଜୟ କୁମାର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭାରତୀୟ ସେନା ବିଭାଗର କର୍ଣ୍ଣଲ ଦେବେନ୍ଦ୍ର ନାଥ ରଥ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ସ୍ଥଳେ ଦୈନିକ ଅନୁପମ ଭାରତର ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା ଉଦଘାଟକ ରୂପେ ଯୋଗଦାନକରୀ ବିଜୟ କେତନ ଖବର କାଗଜର ସ୍ୱତନ୍ତ୍ର ସଂଖ୍ୟାକୁ ଉଦ୍ଘାଟନ କରିଥିଲେ । ତତ୍ ସଙ୍ଗେ ସଙ୍ଗେ ପୂର୍ବତନ ପୋଲିସ ଅଧିକାରୀ ଶ୍ରୀଯୁକ୍ତ ତପନ କୁମାର ପାଢ଼ୀ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ଦାସ ,ମହେଶ୍ୱର ସ୍ୱାଇଁ , ପ୍ରକାଶ ଚନ୍ଦ୍ର ମିଶ୍ର ପ୍ରମୁଖ ସଂମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।ବିଭିନ୍ନ ବକ୍ତାଙ୍କ ଉଦବୋଧନ ପରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀଙ୍କ ତରଫରୁ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Advertisement