Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ବୋଲେରୋ ଅଟୋ ମୁହାଁମୁହିଁ: ଜଣେ ମୃତ, ତିନି ଗୁରୁତର

ବୋଲେରୋ ଅଟୋ ମୁହାଁମୁହିଁ: ଜଣେ ମୃତ, ତିନି ଗୁରୁତର

607
ADVERTISEMENT

ଉଦୟଗିରି,୨୦ା୧(ସୁରେଶ ପଣ୍ଡା ) : କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଦୁଗୁଡ଼ିି ଠାରେ ଏକ ବୋଲେରୋ ଏବଂ ଓଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାରେ ସ୍ଥଳରେ ଜଣଙ୍କର ମୁର୍ତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଥିବା ସୂଚନାରୁ ଜଣାପଡ଼ିଛି । ଏକ ବୋଲେରୋ ନଂ ଓଡି ୧୨ସି-୨୬୨୬ ରାଇକିଆରୁ ଉଦୟଗିରି ଆଡ଼କୁ ଯାଉଥିବା ବେଳେ ଦୁଗୁଡ଼ିଠାରେ ଉଦୟଗିରି ପଟକୁ ଆସୁଥିବା ଏକ ଅଟୋ ନଂ ଓଡି୦୭ଏଫ୍ -୧୭୯୮ ସହ ମୁୁହାଁମୁହିଁ ହୋଇଥିଲା । ଫଳରେ ଆଡାସ୍କୁପା ଗ୍ରାମର କିଶୋର ପ୍ରଧାନ ଘଟଣା ସ୍ଥଳରେ ମୁର୍ତ୍ୟୁ ବରଣ କରିଥିବା ବେଳେ ୩ଜଣ ଗୁରୁତର ହୋଇ ଉଦୟଗିରି ହସ୍ପିଟାଲ୍ ରେ ଚିକିତ୍ସାଧିନ ଅଛନ୍ତି । ଘଟଣାସ୍ଥଳରେ ଉଦୟଗରି ପୋଲିସ ପହଚିଂ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Advertisement