Thursday, November 19, 2026
ADVERTISEMENT
Home ଆଞ୍ଚଳିକ ମୁରଲୀଙ୍କ ନିଆରା ଜନ୍ମ ଦିନ ପାଳନ : ୩୫୦ ୟୁନିଟ ସଂଗ୍ରହ ହେଲା...

ମୁରଲୀଙ୍କ ନିଆରା ଜନ୍ମ ଦିନ ପାଳନ : ୩୫୦ ୟୁନିଟ ସଂଗ୍ରହ ହେଲା ରକ୍ତ ସଂଗ୍ରହ

429
ADVERTISEMENT

ବ୍ରହ୍ମପୁର,୨୦ା୧(ସାହେବ ନାୟକ ) : ପୂର୍ବତନ କର୍ପୋରେଟର ତଥା ମହାନଗର ବିଜୁ ଯୁବ ଜନତା ଦଳ ଉପ ସଭାପତି ଆର୍ ମୁରଲୀ ମୋହନ ଜନ୍ମ ଦିନକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି । ରାଧାକୃଷ୍ଣ ବଣିକ ସଂଘ ପକ୍ଷରୁ ଆୟୋଜିତ କରାଯାଇଥିଲା। ତୁଳସୀ ନଗର ଅଚଂଳବାସୀ,ଜୀବନ ବିନ୍ଦୁ ଓ ରେଡକ୍ରସ ରକ୍ତ ଭଣ୍ଡାର ମିଳିତ ଆନୁକୂଲ୍ୟରେ ଜନ୍ମ ଦିନକୁ ସ୍କରଣୀୟ କରିବା ପାଇଁ ଅନୁଷ୍ଠିତ ହୋଇଥିଲା ମେଗା ରକ୍ତ ଦାନ ଶିବିର ।ସକାଳ 8 ରୁ ସଂଧ୍ୟା 6 ଟା ପର୍ଯ୍ୟନ୍ତ ଅନୁଷ୍ଠିତ ରକ୍ତ ଦାନ ଶିବିରରେ 350 ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଅତିଥି ଭାବେ ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ବିଡିଏ ଅଧ୍ୟକ୍ଷ ସୁଭାଶଚନ୍ଦ୍ର ମହାରଣା, ବ୍ରହ୍ମପୁର ସହରର ଏସଡିପିଓ ବିଷ୍ଣୁ ପ୍ରସାଦ ପତି,ପୂର୍ବତନ ଭାରୋଉତ୍ତୋଳନ ରବି କୁମାର, ମେୟର କେ.ମାଧବୀ, ସମାଜସେବୀ ଅରକ୍ଷିତ ଜେନା,ମୁରଲୀ ମୋହନଙ୍କ ମା ଆର୍ ସାବିତ୍ରୀ, ଗଞ୍ଜାମ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳାଇ, ବିଜେଡି ନେତା ବନମାଳି ସେଠୀ, ସୁଧିର ରାଉତ, ଜଗନ୍ନାଥ ସାବତ, ପୂର୍ବତନ କର୍ପୋରେଟର ତିରୁପତି ପାତ୍ର, ମମତା ପାତ୍ର, ଅନିଲ ନାୟକ, ଆପ୍ପା ରାଓ,ରାଜେଶ୍ୱର ବେହେରା, ମମତା ବିଷୋଇ, ପୂର୍ବତନ ଡେପୁଟି ମେୟର ଜୋଷ୍ନା ନାୟକ, ଉମା ନାୟକ, ବରିଷ୍ଠ ବିଜେଡି ନେତା ମାନେ ଯୋଗ ଦେଇଥିଲେ। ମୁରଲୀ ଲୁଚାପଡା ରୋଡ ସ୍ଥିତ ଜରା ନିବାସ,ଏମ୍ କେ ସି ଜି ମେଡିକାଲ ପରିସରରେ ରୋଗୀ ଓ ସମ୍ପର୍କୀୟ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ରାଧାକୃଷ୍ନ ବଣିକ ସଂଘର କର୍ମକର୍ତ୍ତା ମନୋଜ କୁମାର ସାହୁ,ତିରୁପତି ସୁବୁଦ୍ଧି, ଶ୍ରୀକାନ୍ତ ପାଣିଗ୍ରାହୀ, ମନୋରଞ୍ଜନ ପଟ୍ଟନାୟକ, ସୀମାଞ୍ଚଳ ପଣ୍ଡା ସରୋଜ ଦାସ,ସୁଶୀଳ ସେନାପତି,କାଳୀଚଣର ତ୍ରିପାଠୀ, ବାବୁ ପଟ୍ଟନାୟକ, ବାବୁଜୀ ସାହୁ, ରାଜୁ ବେହେରା, ଶୀତଳ ଦାସ,ବଦ୍ରି ପଣ୍ଡା ସହଯୋଗ କରିଥିଲେ । ମହାନଗର ଯୁବ ବିଜେଡି ସଭାପତି ମୁକୁନ୍ଦ ଗୌଡ, ଏମ୍ ରବି କୁମାର, ପ୍ରଶନ୍ନ ଗନ୍ତାୟତ, ଏସ୍ ଏ ଖଳିଲ, ଏଲ୍ ରବି, ୱାଇ ପ୍ରକାଶ ନାଇଡୁ, କେ ରବି, ଆର୍ କ୍ରୀଷ୍ଣା ରେଡ୍ଡି, ଟୁନା ମହାରଣା, ଅଭିନ ସୁନ୍ଦର ବେହେରା, ଅରୁଣ କୁମାର ଗରୁଡ,ଦିଲ୍ଲୀପ ପାତ୍ର ଓ ମିର୍ଜା ପ୍ରମୁଖ ଉପସ୍ଥିତ ଥିଲେ ।

Advertisement