କୋଟଗଡ଼,୨୦ା୧( ନଳିନୀ କାନ୍ତ ମିଶ୍ର ) :କୋଟଗଡ ବ୍ଲକ ସଭା ଗୃହ ଠାରେ ଜିଲ୍ଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ମୋଟ ୮୧ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ ବ୍ୟକ୍ତିଗତ ଭାବେ ୨୨ଟି ଓ ସାମୁହିକ ଭାବେ ୫୯ଉପସ୍ଥାପନା କରାଗଲା । ଏହି ସଭାରେ କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳ ଡ଼ଃ ଡି.ବୃନ୍ଦା,ଜିଲ୍ଲା ଆରକ୍ଷଣ ଅଧିକ୍ଷକ ପ୍ରତୀକ ସିଂ,ପ୍ରକଳ୍ପ ନିର୍ଦ୍ଧେଶକ ବିଶ୍ୱ ନାଥ ବାରିକ, ଉପ ଜିଲ୍ଲାପାଳ ଶ୍ରୀ ଦେବେନ୍ଦ୍ର କୁମାର ନନ୍ଦ, ପ୍ରକଳ୍ପ ଅଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ରଞ୍ଜିତ, ବ୍ଲକ ଉନ୍ନୟନ ଅଧିକାରୀ କୈଳାଶ ଚନ୍ଦ୍ର ମୁର୍ମୁ,ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ରାଜଶ୍ରୀ ପଟ୍ଟନାୟକ, ବ୍ଲକ ଅଧ୍ୟକ୍ଷା ସବିତା ମଲିକ ଓ କନିଷ୍ଠ ଯନ୍ତ୍ରୀ ମାନେ ଉପସ୍ଥିତ ରହିଥିଲେ l


















