ବାଲିଗୁଡ଼ା,୨୦ା୧(ବାଳକୃଷ୍ଣ ପାଢ଼ୀ ) : ବାଲିଗୁଡ଼ା ଆଚାର୍ଯ୍ୟକଲୋନୀ ଠାରେ ବୈଠକ କରାଯାଇଥିଲା ଏହି ବୈଠକରେ ୯ଟି ବ୍ଳକର ଡ୍ରାଇଭର ଉପସ୍ଥିତ ରହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ବୈଠକରେ ବସି ଥିବା ପଦାଧିକାରି ମାନଙ୍କୁ ସ୍ୱାଗତ କରିଥିଲେ। ବାଲିଗୁଡ଼ା ବ୍ଳକ ସଭାପତି ଶ୍ରୀ ଅଭିରାମ ଦିଗାଲ ସମସ୍ତଙ୍କୁ ସ୍ୱାଗତ କଲାପରେ ଜିଲ୍ଲା ସଭାପତି ଶ୍ରୀ ବାସୁଖ କହଁର ସମସ୍ତଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇ ଡ୍ରାଇଭର ମାନଙ୍କୁ ସରକାରଙ୍କ ଟ୍ରାଫିକ ନିୟମ ବିଷୟରେ ଅବଗତ କରିଥିଲେ ଯାହା କି ଗାଡ଼ି ସିଟିବେଲଟ କାଗଜ ପତ୍ର ଗୁଡ଼ିକ ପାଖରେ ରଖନ୍ତୁ ନିୟମ ଭାଙ୍ଗନ୍ତୁନାହିଁ ସେହି ପରି ଜିଲ୍ଲା ଉପଦେଷ୍ଟା ଶ୍ରୀ ଫିଲିପ କୁମାର ଦିଗାଲ ଉପଦେଶ ଦେଇ କହିଥିଲେ । ଯେ ଆମେସୁରକ୍ଷିତ ରହିଲେ ଦେଶ ମଧ୍ୟ ସୁରକ୍ଷିତ ରହିବ ଗାଡ଼ି ଚଲାଇଲା ବେଳେ ମଦ୍ୟପାନ କରିବା ନାହିଁ, ଫାଇନ ବାନ୍ଧିବାରେ ମୁକ୍ତ ହେବା ସଂଘ ଗଢ଼ିବା ପ୍ରତ୍ୟେକ ମାସ ବୈଠକ କରିବା ନିଜ ନିଜର ଦୁଃଖ ଜଣାଇବା ଆଉ ସମସ୍ୟାର ସମାଧାନ ବାହାର କରିବା ବୋଲି କହିଛନ୍ତି । ଶେଷରେ ୯ ଗୋଟି ବ୍ଲକର ସଭାପତିମାନେ ମଧ୍ୟ ନିଜ ନିଜର ମତ ପ୍ରକାଶ କରିଥିଲେ ଶେଷରେ ବାଲିଗୁଡା ବ୍ଲକ ସଭାପତି ଶ୍ରୀ ଅବ୍ରହାମ ଦିଗାଲ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ ଡ୍ରାଇଭର ମାନଙ୍କ ନିମନ୍ତେ କିଛି ଭତ୍ତା ଯୋଗେଇଦେଲେ ଭଲ ହୁଅନ୍ତା ବୋଲି ନିଜ ଅଭି ଭାଷଣରେ କହିଛନ୍ତି । ଦାରିଙ୍ଗବାଡି ବ୍ଲକକୁ ସୁଦୃଢ କରିବା ନିମନ୍ତେ ଜିଲ୍ଲାର ସଭାପତି ମାନଙ୍କୁ ଆସନ୍ତା ୨୪/୧/୨୦୨୦ ଏକ ବୈଠକ କରାଯିବ ବୋଲି ନିଷ୍ପତ୍ତି କରାଗଲା

















