Friday, October 23, 2026
ADVERTISEMENT
Home ମୁଖ୍ୟ ଖବର ରଥଖଳା: ଦ୍ବିତୀୟ ଭୁଇଁ କାମ ଶେଷ; ତୃତୀୟ ଭୁଇଁ କାମ ଆରମ୍ଭ

ରଥଖଳା: ଦ୍ବିତୀୟ ଭୁଇଁ କାମ ଶେଷ; ତୃତୀୟ ଭୁଇଁ କାମ ଆରମ୍ଭ

276
????????????????????????????????????
ADVERTISEMENT

ପୁରୀ, ୨୭/୬(ଡ଼ିଏଚବି): ରଥଯାତ୍ରା ଆଉ ୮ଦିନ ବାକି ଥିଲାବେଳେ ସେପଟେ ଚଳଚଞ୍ଚଳ ହୋଇଉଠିଛି ରଥଖଳା। ବିଶ୍ବକର୍ମା ଓ ଭୋଇ ସେବକମାନେ ରଥ ନିର୍ମାଣ କାର୍ଯ୍ୟରେ ତତ୍ପରତା ଦେଖାଇ ଆଜି ରଥଖଳାରେ ଚଉଦନାହାକା, ଦ୍ବିତୀୟ ଭୁଇଁ କାମ ଶେଷ କରିବା ପରେ ତୃତୀୟ ଭୁଇଁ କାମ ଆରମ୍ଭ କରିଛନ୍ତି। ତିନି ରଥରେ ଆଜି ଚଉଦ ନାହାକା ବୁଲିଛି। ଦ୍ବିତୀୟ ଭୁଇଁ ଉଠି ଟୁଙ୍ଗୁରା କାମ ଶେଷ ହେବା ପରେ ତୃତୀୟ ଭୁଇଁ କାମ ଆରମ୍ଭ ହୋଇ ଟୁଙ୍ଗୁରା କାମ ଆରମ୍ଭ ହୋଇଛି। ରୂପକାର ସେବକମାନେ ନିଜ ନିଜ କାମକୁ ଆଗେଇ ନେଇଛନ୍ତି। ସେହିପରି ଓଝା ସେବକମାନେ ବି କଣ୍ଟା କାମକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି।

Advertisement