Thursday, November 19, 2026
ADVERTISEMENT
Home ଆଞ୍ଚଳିକ ସୁନାପାଙ୍ଗାରେ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ

ସୁନାପାଙ୍ଗାରେ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ

339
ADVERTISEMENT

ବାଲିଗୁଡ଼ା,୨୦ା୧(ଟିକି ଦଣ୍ଡିଆ) : ବାଲିଗୁଡ଼ାର ସୁନାପାଙ୍ଗାରେ ଶିଶୁ ବିଦ୍ୟା ମନ୍ଦିର ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ବାଲିଗୁଡ଼ା ବିଦ୍ୟୁତ ବିଭାଗ ଯନ୍ତ୍ରୀ ପ୍ରଦୀପ୍ତ ବେହେରା, ମୁଖ୍ୟବକ୍ତା ବିଜୁ ଜନତା ଦଳ ବ୍ଲକ ଉପସଭାପତି ବିଜେଶ୍ୱର ମଲିକ, ବାଳବିକାଶ ଗୁରୁମା ଦୀପ୍ତି ମଞ୍ଜରି ପାଣିଗ୍ରାହୀ, ଶଲିମ ଟ୍ରଷ୍ଟ ଫାଉନଣ୍ଡେସନର ଫାଉଣ୍ଡର ହବି ବୁନ ନିଶା, ଶେଖ ଵା ବଯାନ ଯୋଗଦେଇଥିଲେ ବିଦ୍ୟାଳୟର ବିକାଶ ଓ ଶିକ୍ଷାକୁ ଆଗକୁ ନିଆଯିବା ନେଇ ଆଲୋଚନା ହୋଇଥିଲା । ଏହା ସହ ପୂର୍ବରୁ ହୋଇଥିବା ପ୍ରତିଯୋଗିତାର କୃତ୍ତି ଅର୍ଜନ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ନୃତ୍ୟ ପରିବେଷଣ ହୋଇଥିଲା । ଏହି ଉତ୍ସବକୁ ବିଦ୍ୟାଳୟ ସମ୍ପାଦକ ଶେଖ ଆନିଶୁଦିନ ପରିଚାଳନା କରିଥିବା ସହ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ରଶ୍ମିତା ଷଡ଼ଙ୍ଗୀ, ସୁପ୍ରିୟା ପାତ୍ର, ପଙ୍କଜିନି ବେହେରା, ମାଧୁରୀ ରଣା ସହଯୋଗ କରିଥିଲେ ।

Advertisement