Wednesday, November 18, 2026
ADVERTISEMENT
Home ଆଞ୍ଚଳିକ ପୁଣିଥରେ ଖଟରେ ବୁହା ହେଲେ ଗର୍ଭବତୀ ମହିଳା

ପୁଣିଥରେ ଖଟରେ ବୁହା ହେଲେ ଗର୍ଭବତୀ ମହିଳା

401
ADVERTISEMENT

କନ୍ଧମାଳ,୨୦ା୧(ସୁରେଶ ପଣ୍ଡା ) :ବାରମ୍ବାର କନ୍ଧମାଳ ଏହିଭଳି ଘଟଣା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି । ଏହିଭଳି ଦେଖିବାକୁ ମିଳିଛି ବାଲିଗୁଡ଼ା ଉପଖଣ୍ଡର କୋରୁକୁଡୁପା ପଞ୍ଚାୟତର ସାଣ୍ଡେବଣ୍ଡାଙ୍ଗି ଗ୍ରାମର ଶ୍ରୀ ଆଶିଷ ଦିଗାଲଙ୍କ ସ୍ତ୍ରୀ ଙ୍କୁ ପ୍ରସବ ବେଦନା ଆସିବାରୁ ଏକ ଭାର ସାହାଯ୍ୟରେ ବହନ କରି ଆଣିଥିବା ଦେଖିବାକୁ ମିଳିଛି । ରାସ୍ତା ଘାଟର ଅବ୍ୟବସ୍ଥା ଯୋଗୁଁ ଗ୍ରାମରେ ଆମ୍ବୁଲାନ୍ସ ନ ପହଞ୍ଚିବା ହେତୁ ଭାର ସାହାଯ୍ୟରେ ଅଧା ବାଟ ଆସିବା ପରେ ଏକ ଅଟୋ(ଟେମ୍ପୋ ) ସାହାଯ୍ୟରେ ମେଡିକାଲକୁ ଆଣିଛନ୍ତି ସହଯୋଗୀ । ବର୍ତମାନ କିନ୍ତୁ ଏକ ପୁତ୍ର ସନ୍ତାନ ଜନ୍ମ କରିଥିବା ବେଳେ ଏବେ ଦୁଇଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡିଛି । ଏହିଭଳି ଘଟଣା ପରେ ଏବେ ବାଲିଗୁଡ଼ା ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି ।

Advertisement